-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||      ବରଗଡ଼ ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ♦️ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନିତ   (05-Oct-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା   (05-Oct-2026)       ||      ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||     

HOME   ରାଜନୀତି

ଓଡିଶା ରାଜ୍ୟଭାଜପା ପ୍ରଭାରୀଙ୍କ ବଲାଙ୍ଗୀର ଜିଲ୍ଲାଗସ୍ତ,ନିର୍ବାଚନସ୍ଥିତି ନେଇ ସମୀକ୍ଷା

13-Apr-2024



ବାଲାଙ୍ଗୀର(ପ୍ରେରଣା ଖବର ) -ଓଡିଶା ରାଜ୍ୟ ଭାଜପା ପ୍ରଭାରୀ ବିଜୟପାଲ ସିଂତୋମାରଙ୍କ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତକାର୍ଯ୍ୟକ୍ରମ ହୋଇଛି । ସେଥିପାଇଁ ଆଜି ବଲାଙ୍ଗୀର ପଥରଚେପାସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟ ଚଳଚଞ୍ଚଳ ରହିଛି । ତେବେ ବଲାଙ୍ଗୀର ଲୋକସଭାନିର୍ବାଚନମଣ୍ଡଳି ଅନ୍ତର୍ଗତ ସୋନପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭାର ପ୍ରାର୍ଥି ବଦଳାଇବାକୁ ଦାବିକରି ଆନନ୍ଦ ବାରିକଙ୍କ ସମର୍ଥକ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିଛନ୍ତି । ପ୍ରଭାରୀ ଶ୍ରୀ ତୋମାର ଏନେଇ ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓ,ବରିଷ୍ଠନେତା କନକବର୍ଦ୍ଧନ ସିଂଦେଓ,ସୋନପୁର ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ଉପସ୍ଥିତିରେ ଆଶାୟୀପ୍ରାର୍ଥି ଆନନ୍ଦ ବାରିକଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି । ତେବେ ଏହି ଆଲୋଚନା କେତେ ସଫଳ ହୋଇଛି ଜଣାନାହିଁ କିନ୍ତୁ ଆସନ୍ତାକାଲିକୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆନନ୍ଦ ବାରିକଙ୍କୁ ଡାକରା ହୋଇଥିବା ସୂଚନା ମିଳିଛି । ଆଜି ଠିକ ୧୨ ଟା ସମୟରେ ଶ୍ରୀ ତୋମାର ବରଗଡ ଜିଲ୍ଲାର ବରପାଲିରୁ ବଲାଙ୍ଗୀରକୁ କାର ଯୋଗେ ଆସିଥିଲେ । ସ୍ଥାନୀୟ ହିରୋ ସୋରୁମ ସମ୍ମୁଖରେ ବଲାଙ୍ଗୀର ଜିଲ୍ଲା ସଭାପତି ଶୀବାଜୀ ମହାନ୍ତି,ବଲାଙ୍ଗୀର ଭାଜପାପ୍ରାର୍ଥି ଗୋପାଳଜୀ ପାଣିଗ୍ରାହୀ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜୀନି ପଣ୍ଡା,କର୍ତ୍ତାରସିଂ କୁମ୍ଭାର ପ୍ରମୁଖ ରାଜ୍ୟ ପ୍ରଭାରୀ ଶ୍ରୀ ସିଂତୋମାରଙ୍କୁ ସ୍ୱାଗତ କରିଥିଲେ । ପରେ ସେମାନେ ଆସି ପଥରଚେପା ସ୍ଥିତ ଜିଲ୍ଲା କାର୍ଯ୍ୟାଳୟଠାରେ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳି ତଥା ୭ଟି ଯାକ ବିଧାନସଭା କ୍ଷେତ୍ରର ସ୍ଥିତି ଉପରେ ସମୀକ୍ଷା କରିଥିଲେ । ଶ୍ରୀ ତୋମାର ଜିଲ୍ଲାକାର୍ଯ୍ୟାଳୟକୁ ପଶିଲା ବେଳେ ବୀରମହାରାଜପୁରର ଆଶାୟୀପ୍ରାର୍ଥି ଆନନ୍ଦ ବାରିକଙ୍କ ସହିତ ଆସିଥିବା

ସମର୍ଥକମାନେ ନାରାବାଜି କରି ସେଠାରେ ଭାଜପା ଦେଇଥିବା ପ୍ରାର୍ଥିଙ୍କୁ ବଦଳାଇବାକୁ ହୋହଲ୍ଲା କରିଥିଲେ । ଜିଲ୍ଲା କାର୍ଯ୍ୟାଳୟରେ ରାଜ୍ୟପ୍ରଭାରୀ ଶ୍ରୀ ବିଜୟପାଲ ସିଂତମାର ପ୍ରଥମେ ସାଂସଦ ସଂଗୀତାକୁମାରୀ ସିଂଦେଓ,ବରିଷ୍ଠନେତା କନକବର୍ଦ୍ଧନ ସିଂଦେଓ,ବଲାଙ୍ଗୀର ଜିଲ୍ଲା ସଭାପତି ଶୀବାଜୀ ମହାନ୍ତି,ସୋନପୁର ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ସହିତ କିଛି ସମୟ ରୁଦ୍ଧଦ୍ୱାର ବୈଠକ କରିଥିଲେ । ପରେ ଜିଲ୍ଲାର କୋରକମିଟି ସଭ୍ୟ/ସଭ୍ୟାଙ୍କୁ ନେଇ ମଧ୍ୟ ବୈଠକ କରି ନିର୍ବାଚନମଣ୍ଡଳିର ସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବୀରମହାରାଜପୁର ନିର୍ବଚନମଣ୍ଡଳିର ଆଶାୟୀପ୍ରାର୍ଥି ଆନନ୍ଦ ବାରିକ ଗଣମାଧ୍ୟମକୁ କହିଛନ୍ତି ଯେ,ସେ ଗତ ୫ବର୍ଷ ଧରି ସଂଗଠନକୁ ସମ୍ଭାଳିଥିଲେ । ବୁଥସ୍ତରୀୟ କମିଟି ମଧ୍ୟ ଗଠନ କରିଥିଲେ । ନିର୍ବାଚନମଣ୍ଡଳିର କାର୍ଯ୍ୟକର୍ତ୍ତା ତାଙ୍କ ସପକ୍ଷରେ ମତଦେଇଥିଲେ । କିନ୍ତୁ ଦଳପକ୍ଷରୁ ଚଞ୍ଚକତା କରି ଅନ୍ୟଜଣେ ପ୍ରାର୍ଥିଙ୍କୁ ଟିକେଟ ଦିଆଗଲା । ସେଥିପାଇଁ କାର୍ଯ୍ୟକର୍ତ୍ତାମାନେ ପ୍ରତିବାଦ କରୁଛନ୍ତି । ବୀରମହାରାଜପୁର ନିର୍ବାଚନମଣ୍ଡଳିରେ ପ୍ରାର୍ଥି ନବଦଳାଇଲେ ଭାଜପାର ସ୍ଥିତିରେ ଅବନତି ହେବ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026
  ଜିଲ୍ଲା  
ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   05-Oct-2026
  ଜିଲ୍ଲା  
ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026
  ଜିଲ୍ଲା  
ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   05-Oct-2026

You Might Also Like