-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||     

HOME   ରାଜନୀତି

ରଣପୁର ଆସନରେ ଏଥର ନୂଆ ଚେହେରା ସୁଧୀର ଦାଶ

08-Apr-2024



ଭୁବନେଶ୍ୱର, ଯୁବ ସମାଜସେବୀ ଏବଂ ପ୍ରତିଭାବାନ ଚାଟାର୍ଡ ଏକାଉଣ୍ଟାଣ୍ଟ ସୁଧୀର ଦାଶ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଜଣାଯାଇଛି। ରଣପୁର ବ୍ଲକ ଅନ୍ତର୍ଗତ କଙ୍କିଆ ଗ୍ରାମର ମୂଳବାସିନ୍ଦା ଶ୍ରୀ ଦାଶ, ରଣପୁର ଆସନରୁ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ରହିଛି। ରାଜନୀତିରେ ନୂତନ ଚେହେରା, ସତେଜ ବ୍ୟକ୍ତିତ୍ଵ, ସ୍ଵଚ୍ଛ ଭାବମୂର୍ତ୍ତି, ଯଶସ୍ୱୀ ପେଶାଦାରୀ ପୃଷ୍ଠଭୂମି, ପ୍ରଯୁକ୍ତି ବିଦ୍ୟାଗତ ପାରଦର୍ଶିତା ଏବଂ ସର୍ବଜନ ମଙ୍ଗଳ ମନୋବୃତ୍ତି, ସୁଧୀରଙ୍କୁ ସ୍ଥାନୀୟ ଭୋଟଦାତାମାନଙ୍କ ନିକଟରେ ଆଦୃତ କରାଇବାରେ ସହାୟକ ହେଉଥିବା ଲକ୍ଷ୍ୟ କରାଯାଉଛି। ଜଣେ ପୂଜାରୀଙ୍କ ପୁଅ ଭାବରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଲାଭ କରିଥିଲେହେଁ ଶ୍ରୀ ଦାଶ ନିଜର କଠିନ ଅଧ୍ୟବସାୟ ଏବଂ ଅସାଧାରଣ ପ୍ରତିଭା ବଳରେ ଜାତୀୟ ରାଜଧାନୀ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଚାଟାର୍ଡ ଏକାଉଣ୍ଟାଣ୍ଟ ବନିବାର ବିରଳ ମାନ୍ୟତା ହାସଲ କରିପାରିଛନ୍ତି। ସୁଧୀରଙ୍କର ଆକାଶଚୁମ୍ୱୀ ସଫଳତା ତାଙ୍କୁ ନୂଆପିଢ଼ୀର ଜଣେ ପ୍ରଗତିଶୀଳ, ସକାରାତ୍ମକ ଏବଂ ବାସ୍ତବଧର୍ମୀ ଶିଳ୍ପଦ୍ୟୋଗୀ ଭାବରେ ଉଭା କରିବା ସହିତ ତରୁଣ ଓ ଶିକ୍ଷିତ ଭୋଟଦାତା ମାନଙ୍କୁ ତାଙ୍କପ୍ରତି ଆକୃଷ୍ଟ କରୁଥିବା ଦେଖାଯାଉଛି। 

ଶ୍ରୀ ଦାଶ ଏକାଧାରରେ ଜଣେ ଅଗ୍ରଣୀ ଆଇନଜୀବୀ, ସୁନାମଧନ୍ୟ ସାମାଜିକ ଶିଳ୍ପଦ୍ୟୋଗୀ, ସୁଦକ୍ଷ ଉଦ୍ୟୋଗ ପରାମର୍ଶଦାତା ଓ ପାରଙ୍ଗମ ଟିକସ ମକଦ୍ଦମା ପରିଚାଳକ ଭାବରେ ବେଶ୍ ସୁନାମ ଅର୍ଜନ କରିଛନ୍ତି। ଯୁବାବସ୍ଥାରେ ଶ୍ରୀ ଦାଶ ଜାତୀୟସ୍ତରର ବହୁ ମହତ୍ତ୍ଵପୂର୍ଣ୍ଣ ପଦପଦବୀରେ ଆସୀନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ସେ କନଫେଡରେସନ୍ ଅଫ ଇଣ୍ଡଷ୍ଟ୍ରିଜ୍ ଏଣ୍ଡ ଫ୍ରଫେସନାଲ ଫର ପ୍ରମୋସନ ଅଫ ରିନିୱେବୁଲ ଏନର୍ଜି ଏଣ୍ଡ କ୍ଲିନ ଏନଭାରୋନମେଣ୍ଟ (କ୍ରେସ୍ପାଇ) ର ସଭାପତି, ରୁଟସ୍ ଅଫ ଓଡ଼ିଶା ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ, ସୋସାଇଟି ଫର୍ ଏଥିକାଲ୍, ଲିଗାଲ, ଆକ୍ସନ ଏଣ୍ଡ ରିଫର୍ମସ୍ ( ସେଲାର) ର କାର୍ଯ୍ୟକାରୀ କମିଟି ସଦସ୍ୟ, ୱାର୍ଲଡ୍ ଓଡ଼ିଶା ସୋସାଇଟି ଓ ଓଡ଼ିଶା ପଜିଟିଭର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି। ଶ୍ରୀ ଦାଶଙ୍କର ନେତୃତ୍ୱରେ କ୍ରେସ୍ପାଇ ସବୁଜ ଓ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀଠାରେ ବାର୍ଷିକ ଗ୍ରୀନ ଉର୍ଜା କନକ୍ଲେଭ ଆୟୋଜନ କରି ଆସୁଛି। ସେହିପରି ପରିବେଶର ସୁରକ୍ଷା ଓ ସନ୍ତୁଳନ ରକ୍ଷା ଲକ୍ଷ୍ୟରେ ମୁଖ୍ୟ ସଂଗଠକ ଭାବରେ ଶ୍ରୀ ଦାଶଙ୍କର ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ବାର୍ଷିକ ଆନ୍ତର୍ଜାତିକ କୋଣାର୍କ ସାଇକ୍ଲୋଥନ(ଟୁର ଦେ କଳିଙ୍ଗ) ଆନୁକୁଲ୍ୟରେ କୋଣାର୍କ ମନ୍ଦିରରୁ ଦିଲ୍ଲୀ ତଥା ଦେଶର ଅନ୍ୟାନ୍ୟ ସ୍ଥାନକୁ ସାଇକେଲ ଯାତ୍ରା କରାଯାଉଛି। 

ଶିକ୍ଷା ଜୀବନରେ ଜଣେ ମେଧାବୀ ଛାତ୍ର ରହି ଆସିଥିବା ସୁଧୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିକମ୍, ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ଏବଂ ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟସ୍ ଅଫ ଚାଟାର୍ଡ ଏକାଉଣ୍ଟାଣ୍ଟସରୁ ଚାଟାର୍ଡ ଏକାଉଣ୍ଟାଣ୍ଟସି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜଣେ କର୍ମଠ, ସଚ୍ଚୋଟ, ଉତ୍ସର୍ଗୀକୃତ, ଦରଦୀ, ପରୋପକାରୀ, ମେଳାପୀ, ବିଶ୍ୱାସଯୋଗୀ, ଭରସା ସମ୍ପନ୍ନ ଏବଂ ଦାୟିତ୍ବବାନ ଆଦି ଗୁଣାବଳୀର ଅଧିକାରୀ ଶ୍ରୀ ଦାଶଙ୍କର ତୃଣମୂଳ ସ୍ତରରେ କାର୍ଯ୍ୟକରିବା ନେଇ ବିଶେଷତା, ତତକ୍ଷଣାତ୍ ନିଷ୍ପତ୍ତି ନେବା ନେଇ ବିଚକ୍ଷଣତା ଏବଂ ଅସାମାନ୍ୟ ସାଙ୍ଗଠନିକ ଦକ୍ଷତା ରହିଛି। ଏହି ସବୁ ସୁଗୁଣ ଦୃଷ୍ଟିରୁ ସୁଧୀର ଯେକୌଣସି ରାଜନୈତିକ ଦଳ ପାଇଁ ଦୁର୍ଲଭ ସମ୍ପଦ ଭାବେ ପରିଗଣିତ ହେବେ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି। 

ନିଜର ଅନନ୍ୟ ଅବଦାନ ଓ ଉଲ୍ଲେଖନୀୟ ସେବା ପାଇଁ ଶ୍ରୀ ଦାଶ ବହୁ ସମ୍ମାନାସ୍ପଦ ପୁରସ୍କାର ଏବଂ ସମ୍ମାନ ଗ୍ରହଣ କରିଛନ୍ତି। ଏମଧ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଗ୍ରୀନ ଗ୍ଲୋବ ସେଭିୟରସ୍ ପୁରସ୍କାର, ବ୍ରିଟିଶ ପାର୍ଲିଆମେଣ୍ଟର ହାଉସ ଅଫ କମନସ ଠାରେ ସର୍ଭିସ୍ ଏକ୍ସଲେନସ୍ ପୁରସ୍କାର, ସି. ଇ.ଓ ପତ୍ରିକା ଦ୍ଵାରା ୨୦୧୭ ମସିହା ପାଇଁ ପ୍ରୋମିନେଣ୍ଟ କନସଲଟାଣ୍ଟ ସମ୍ମାନ, ମିଡିଆ ପର୍ସନାଲିଟୀ ପୁରସ୍କାର, ଓଡ଼ିଶା ରାଜ୍ୟପାଳଙ୍କ ଦ୍ଵାରା ଓଡ଼ିଶା ଗୌରବ ସମ୍ମାନ ଏବଂ ନିକଟରେ କଳିଙ୍ଗ ଲିଟରାରୀ ଫେଷ୍ଟିଭାଲ - ୨୦୨୪  ଅବସରରେ ଲିଭିଂ

ଲିଜେଣ୍ଡ ପୁରସ୍କାର ଆଦି ଲାଭ କରିବା ଅନ୍ତର୍ଭୁକ୍ତ। ନିର୍ବାଚନୀ ସମୀକ୍ଷକ ମାନଙ୍କର ପୂର୍ବାନୁମାନ ଅନୁଯାୟୀ ରଣପୁର ପାଇଁ ଗର୍ବ ଓ ଗୌରବର ବାହକ ଜଣେ ଭୂମିପୁତ୍ର ହିସାବରେ ସୁଧୀର ତାଙ୍କର ପ୍ରଗତିଶୀଳ ଆଭିମୁଖ୍ୟ, ସାର୍ଥକ ବ୍ୟକ୍ତିତ୍ଵ ଏବଂ ଜନପ୍ରେମୀ ଦୃଷ୍ଟିଭଙ୍ଗୀ ଆଧାରରେ ପ୍ରଥମ ପ୍ରୟାସରେ ହିଁ ନିର୍ବାଚନ ବୈତରଣୀ ପାରି କରିବାକୁ ଯଦି ସଫଳକାମ ପ୍ରମାଣିତ ହୁଅନ୍ତି, ତେବେ ଏହା କିଛି ଆଶ୍ଚର୍ଯ୍ୟର ବିଷୟବସ୍ତୁ ହେବ ନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026
  ଜିଲ୍ଲା  
ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ   11-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   11-Oct-2026
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026
  ଜିଲ୍ଲା  
ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   11-Oct-2026
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026

You Might Also Like