-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||     

HOME   ଜିଲ୍ଲା

ବ୍ଲକ ଅଧିକାରୀଙ୍କ ଅବହେଳା ଯୋଗୁଁ ଜନଜାତି ମହୋତ୍ସବର କଳାକାର ମାନେ ଗାଡ଼ି ଭଡ଼ା ଓ ପ୍ରୋତ୍ସାହନ ରାଶି ପାଇବାରୁ ବଞ୍ଚିତ

08-Apr-2024



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ରାଜ୍ୟସରକାର ଆଦିବାସୀ ମାନଙ୍କ ଲୁକ୍କାୟିତ କଳା, ସଂସ୍କୃତି,ପରମ୍ପରାର ପୁନଃଉଦ୍ଧାର ଓ ଦେବାଦେବୀ ପୀଠରେ ସୁରକ୍ଷା ସଂରକ୍ଷଣ କରିବା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି | ଆଦିବାସୀ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଗ୍ରାମାଞ୍ଚଳରୁ ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ତରୀୟ କରିବା ପାଇଁ ଏହି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ମାଇଲ ଖୁଣ୍ଟ ସଦୃଶ | ଆଦିବାସୀ ମାନଙ୍କୁ ତାଙ୍କର କଳା ପ୍ରତିଭା ପ୍ରଦର୍ଶନ କରିବାରେ ଆଦିବାସୀ ମାନଙ୍କୁ ଏକ ବଡ଼ ପ୍ଲାଟ ଫର୍ମ ମିଳିଛି | ରାଜ୍ୟରେ ଜନଜାତି ବହୁଳ ଜିଲ୍ଲାରେ କିଛି ବର୍ଷ ହେବ  ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କାର୍ଯ୍ୟକ୍ରମ ମାନ ଚାଲୁ ରହିଛି | ଗତ ବର୍ଷ ବଲାଙ୍ଗୀର ଜିଲ୍ଲାକୁ ମଧ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ କରିଛନ୍ତି ଏବଂ ତନ୍ମଧ୍ୟରୁ ଆଠ ଗୋଟି ବ୍ଲକ ପାଟଣାଗଡ଼, ବେଲପଡା, ଖପ୍ରାଖୋଲ, ତୁରକେଲା, ଦେଓଗାଁ, ମୁରିବାହାଲ, ଗୁଡ଼ାଭେଲା, ସଇଁତଲାକୁ ସାମିଲ କରିଛନ୍ତି | ପ୍ରଥମ ବର୍ଷ ରାଜ୍ୟସରକାରଙ୍କ ଠାରୁ ଜିଲ୍ଲାକୁ ଛଅ କୋଟି ଟଙ୍କା ମଞ୍ଜୁରୀ ହୋଇ ଆସିଅଛି | ଜିଲ୍ଲାର ଆଠ ଗୋଟି ବ୍ଲକରେ ବ୍ଲକ ସ୍ତରୀୟ ଜନଜାତି ମହୋତ୍ସବ କରିବା ପାଇଁ ପ୍ରତ୍ୟେକ ବ୍ଲକକୁ ଦୁଇ ଲକ୍ଷ ପଚିଶ ହଜାର ଟଙ୍କା ମଞ୍ଜୁର କରାଯାଇଛି | ପ୍ରଥମ ବର୍ଷ ଆଠ ଗୋଟି ବ୍ଲକ ମଧ୍ୟରୁ ତୁରେକେଲା ବ୍ଲକ କୁ ଛାଡ଼ିଦେଲେ ତରବରିଆ ଭାବେ ବାକି ସାତଟି ବ୍ଳକରେ ଜନଜାତି ମହୋତ୍ସବ ପାଳନ କରିଦେଲେ | ସାତ ଗୋଟି ବ୍ଲକରେ ହୋଇଥିବା ଜନଜାତି ମହୋତ୍ସବରେ ସୀମିତ କଳାକାର ମାନଙ୍କୁ ଡାକି ସୀମିତ ସମୟରେ ସାରିଦେଲେ | ସବୁ ଜାଗାରେ ସୀମିତ କଳାକାର କୁ ଛାଡିଦେଲେ ଆଦିବାସୀ ଦର୍ଶକ ମାନେ ମଧ୍ୟ କମ୍ ସଂଖ୍ୟାରେ ଉପସ୍ଥିତ ଥିଲେ | ଆଦିବାସୀ ପାମ୍ପାରମ୍ପରିକ କଳାକାର ଏବଂ ଆଦିବାସୀ ମାନଙ୍କୁ ମହୋତ୍ସବ ରେ ଯୋଗଦେବାକୁ ମଧ୍ୟ ପ୍ରସାର ପ୍ରଚାର କରି ନଥିଲେ | ପ୍ରଚାର ପ୍ରସାର ଅଭାବ ହେତୁ ଆଦିବାସୀ ମାନଙ୍କ ଲୁକ୍କାୟିତ କଳା ପ୍ରତିଭାକୁ ଲୁକ୍କାୟିତ ଭାବେ ମହୋତ୍ସବ କରିଦେଲେ ବ୍ଲକ ଅଧିକାରୀ | ପାଟଣାଗଡ଼ ବ୍ଲକରେ ଚଳିତ ମାର୍ଚ୍ଚ ମାସ ୧୨ ତାରିଖ ରେ ଆଦିବାସୀ ଭବନ ବ୍ରହ୍ମପୁରା ପାଖରେ ଥିବା ପଡିଆରେ ପଞ୍ଚାୟତ ସମିତି ପାଟଣାଗଡ଼ ତରଫରୁ ଜନଜାତି ମହୋତ୍ସବ ଅନୁଷ୍ଠିତ ହୋଇଥିଲା | ଯେତିକି ଆକଳନ କରାଯାଇଥିଲା ବ୍ଲକ ଅଧିକାରୀଙ୍କ ଅବହେଳା ଯୋଗୁଁ ସେ ହିସାବରେ କଳାକାର ତଥା ଆଦିବାସୀ ଦର୍ଶକ ମାନେ ଆସିନଥିଲେ ଦର୍ଶକ ଙ୍କ ଯେଉଁ ଚୌକି ର ବ୍ୟବସ୍ଥା କରାଯାଇଥିଲା ତାହା ସବୁ ଖାଲି ପଡିଥିଲା |

ପାଟଣାଗଡ଼ ଜନଜାତି ମହୋତ୍ସବ ରେ ଯେତେ କଳାକାର ମାନେ ଆସିଥିଲେ ସେମାନେ ନିଜେ ଗାଡ଼ି ଭଡ଼ା କରି ଆସିଥିଲେ କିନ୍ତୁ  ଦାୟିତ୍ୱରେ ଥିବା ବ୍ଲକ ଅଧିକାରୀଙ୍କ କୁତ୍ରିମ ଅବହେଳା ଯୋଗୁଁ ଆଜିଯାଏଁ କଳାକାର ମାନେ ଗାଡ଼ି ଭଡ଼ା ପାଇବାରୁ ବଞ୍ଚିତ ଅଛନ୍ତି ତତ୍ ସହିତ କଳାକାର ମାନଙ୍କୁ ମାନପତ୍ର ଏବଂ ପ୍ରୋତ୍ସାହନ ରାଶି ମଧ୍ୟ ଦେଇନାହାନ୍ତି | ଗାଡ଼ି ଭଡ଼ା ଓ ପ୍ରୋତ୍ସାହନ ରାଶି ପାଇବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବାରମ୍ବାର କହୁଥିଲେ ସୁଦ୍ଧା ନିର୍ବାଚନ ଟ୍ରେନିଂ ଓ ଅନ୍ୟାନ୍ୟ ବାହାନା ଦେଖେଇ ଦିନ ଗଡାଉଛନ୍ତି | ଏ ଦିଗରେ ପାଟଣାଗଡ଼ ବିଡ଼ିଓ ମଧ୍ୟ ଆଖି, କାନ ବନ୍ଦ କରି ବସିଛନ୍ତି |  କଳାକାର ମାନଙ୍କ ସବୁ ପ୍ରକାର ସରକାରୀ ସାହାଯ୍ୟ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଜାଣି ନଜାଣିଲା ଭଳିଆ ଅଭିନୟ କରୁଛନ୍ତି | କଳାକାର ମାନଙ୍କୁ ହତୋତ୍ସାହିତ କରାଗଲେ ରାଜ୍ୟସରକାରଙ୍କ ଯେଉଁ ଲକ୍ଷ ଉଦ୍ଦେଶ୍ୟ ଅଛି ତାହା କେତେଦୂର କାର୍ଯ୍ୟକାରୀ ହେବ | ଏ ବିଷୟରେ ଆଦିବାସୀ ସଂଘର ବ୍ଲକ ସଭାପତି ଶ୍ରୀଯୁକ୍ତ ଭୁବନେଶ୍ୱର କୁଅଁର ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଆଗାମୀ ଦୁଇ ଦିନ ମଧ୍ୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଳାକାର ମାନଙ୍କୁ ନେଇ ଧାରଣା ଦେବା ପାଇଁ ଚେତାବନୀ ଦିଆଯାଇଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026
  ଜିଲ୍ଲା  
ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ   11-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   11-Oct-2026
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026
  ଜିଲ୍ଲା  
ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   11-Oct-2026
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026

You Might Also Like