-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ନୂତନ ଏସ୍‌ଏମ୍‌ସି ଗଠନ ପାଇଁ ସିଆରସିସିଙ୍କ ବିଦ୍ୟାଳୟ ପରିଦର୍ଶନ   (30-Jun-2026)       ||      ବରପାଲି ସ୍ଥିତ ଗଙ୍ଗାଧର ମେହର କ୍ଲବରେ ସ୍ୱର୍ଗତ ଭଗବାନସାହୁଙ୍କ ୯୬ ତମ ଜୟନ୍ତୀ ଉତ୍ସବ ପାଳିତ   (30-Jun-2026)       ||      ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||     

HOME   ଜିଲ୍ଲା

ବ୍ଲକ ଅଧିକାରୀଙ୍କ ଅବହେଳା ଯୋଗୁଁ ଜନଜାତି ମହୋତ୍ସବର କଳାକାର ମାନେ ଗାଡ଼ି ଭଡ଼ା ଓ ପ୍ରୋତ୍ସାହନ ରାଶି ପାଇବାରୁ ବଞ୍ଚିତ

08-Apr-2024



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ)ରାଜ୍ୟସରକାର ଆଦିବାସୀ ମାନଙ୍କ ଲୁକ୍କାୟିତ କଳା, ସଂସ୍କୃତି,ପରମ୍ପରାର ପୁନଃଉଦ୍ଧାର ଓ ଦେବାଦେବୀ ପୀଠରେ ସୁରକ୍ଷା ସଂରକ୍ଷଣ କରିବା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି | ଆଦିବାସୀ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଗ୍ରାମାଞ୍ଚଳରୁ ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ତରୀୟ କରିବା ପାଇଁ ଏହି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ମାଇଲ ଖୁଣ୍ଟ ସଦୃଶ | ଆଦିବାସୀ ମାନଙ୍କୁ ତାଙ୍କର କଳା ପ୍ରତିଭା ପ୍ରଦର୍ଶନ କରିବାରେ ଆଦିବାସୀ ମାନଙ୍କୁ ଏକ ବଡ଼ ପ୍ଲାଟ ଫର୍ମ ମିଳିଛି | ରାଜ୍ୟରେ ଜନଜାତି ବହୁଳ ଜିଲ୍ଲାରେ କିଛି ବର୍ଷ ହେବ  ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କାର୍ଯ୍ୟକ୍ରମ ମାନ ଚାଲୁ ରହିଛି | ଗତ ବର୍ଷ ବଲାଙ୍ଗୀର ଜିଲ୍ଲାକୁ ମଧ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ କରିଛନ୍ତି ଏବଂ ତନ୍ମଧ୍ୟରୁ ଆଠ ଗୋଟି ବ୍ଲକ ପାଟଣାଗଡ଼, ବେଲପଡା, ଖପ୍ରାଖୋଲ, ତୁରକେଲା, ଦେଓଗାଁ, ମୁରିବାହାଲ, ଗୁଡ଼ାଭେଲା, ସଇଁତଲାକୁ ସାମିଲ କରିଛନ୍ତି | ପ୍ରଥମ ବର୍ଷ ରାଜ୍ୟସରକାରଙ୍କ ଠାରୁ ଜିଲ୍ଲାକୁ ଛଅ କୋଟି ଟଙ୍କା ମଞ୍ଜୁରୀ ହୋଇ ଆସିଅଛି | ଜିଲ୍ଲାର ଆଠ ଗୋଟି ବ୍ଲକରେ ବ୍ଲକ ସ୍ତରୀୟ ଜନଜାତି ମହୋତ୍ସବ କରିବା ପାଇଁ ପ୍ରତ୍ୟେକ ବ୍ଲକକୁ ଦୁଇ ଲକ୍ଷ ପଚିଶ ହଜାର ଟଙ୍କା ମଞ୍ଜୁର କରାଯାଇଛି | ପ୍ରଥମ ବର୍ଷ ଆଠ ଗୋଟି ବ୍ଲକ ମଧ୍ୟରୁ ତୁରେକେଲା ବ୍ଲକ କୁ ଛାଡ଼ିଦେଲେ ତରବରିଆ ଭାବେ ବାକି ସାତଟି ବ୍ଳକରେ ଜନଜାତି ମହୋତ୍ସବ ପାଳନ କରିଦେଲେ | ସାତ ଗୋଟି ବ୍ଲକରେ ହୋଇଥିବା ଜନଜାତି ମହୋତ୍ସବରେ ସୀମିତ କଳାକାର ମାନଙ୍କୁ ଡାକି ସୀମିତ ସମୟରେ ସାରିଦେଲେ | ସବୁ ଜାଗାରେ ସୀମିତ କଳାକାର କୁ ଛାଡିଦେଲେ ଆଦିବାସୀ ଦର୍ଶକ ମାନେ ମଧ୍ୟ କମ୍ ସଂଖ୍ୟାରେ ଉପସ୍ଥିତ ଥିଲେ | ଆଦିବାସୀ ପାମ୍ପାରମ୍ପରିକ କଳାକାର ଏବଂ ଆଦିବାସୀ ମାନଙ୍କୁ ମହୋତ୍ସବ ରେ ଯୋଗଦେବାକୁ ମଧ୍ୟ ପ୍ରସାର ପ୍ରଚାର କରି ନଥିଲେ | ପ୍ରଚାର ପ୍ରସାର ଅଭାବ ହେତୁ ଆଦିବାସୀ ମାନଙ୍କ ଲୁକ୍କାୟିତ କଳା ପ୍ରତିଭାକୁ ଲୁକ୍କାୟିତ ଭାବେ ମହୋତ୍ସବ କରିଦେଲେ ବ୍ଲକ ଅଧିକାରୀ | ପାଟଣାଗଡ଼ ବ୍ଲକରେ ଚଳିତ ମାର୍ଚ୍ଚ ମାସ ୧୨ ତାରିଖ ରେ ଆଦିବାସୀ ଭବନ ବ୍ରହ୍ମପୁରା ପାଖରେ ଥିବା ପଡିଆରେ ପଞ୍ଚାୟତ ସମିତି ପାଟଣାଗଡ଼ ତରଫରୁ ଜନଜାତି ମହୋତ୍ସବ ଅନୁଷ୍ଠିତ ହୋଇଥିଲା | ଯେତିକି ଆକଳନ କରାଯାଇଥିଲା ବ୍ଲକ ଅଧିକାରୀଙ୍କ ଅବହେଳା ଯୋଗୁଁ ସେ ହିସାବରେ କଳାକାର ତଥା ଆଦିବାସୀ ଦର୍ଶକ ମାନେ ଆସିନଥିଲେ ଦର୍ଶକ ଙ୍କ ଯେଉଁ ଚୌକି ର ବ୍ୟବସ୍ଥା କରାଯାଇଥିଲା ତାହା ସବୁ ଖାଲି ପଡିଥିଲା | ପାଟଣାଗଡ଼ ଜନଜାତି ମହୋତ୍ସବ ରେ ଯେତେ କଳାକାର ମାନେ ଆସିଥିଲେ ସେମାନେ ନିଜେ ଗାଡ଼ି ଭଡ଼ା କରି ଆସିଥିଲେ କିନ୍ତୁ  ଦାୟିତ୍ୱରେ ଥିବା ବ୍ଲକ ଅଧିକାରୀଙ୍କ କୁତ୍ରିମ ଅବହେଳା ଯୋଗୁଁ ଆଜିଯାଏଁ କଳାକାର ମାନେ ଗାଡ଼ି ଭଡ଼ା ପାଇବାରୁ ବଞ୍ଚିତ ଅଛନ୍ତି ତତ୍ ସହିତ କଳାକାର ମାନଙ୍କୁ ମାନପତ୍ର ଏବଂ ପ୍ରୋତ୍ସାହନ ରାଶି ମଧ୍ୟ ଦେଇନାହାନ୍ତି | ଗାଡ଼ି ଭଡ଼ା ଓ ପ୍ରୋତ୍ସାହନ ରାଶି ପାଇବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବାରମ୍ବାର କହୁଥିଲେ ସୁଦ୍ଧା ନିର୍ବାଚନ ଟ୍ରେନିଂ ଓ ଅନ୍ୟାନ୍ୟ ବାହାନା ଦେଖେଇ ଦିନ ଗଡାଉଛନ୍ତି | ଏ ଦିଗରେ ପାଟଣାଗଡ଼ ବିଡ଼ିଓ ମଧ୍ୟ ଆଖି, କାନ ବନ୍ଦ କରି ବସିଛନ୍ତି |  କଳାକାର ମାନଙ୍କ ସବୁ ପ୍ରକାର ସରକାରୀ ସାହାଯ୍ୟ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଜାଣି ନଜାଣିଲା ଭଳିଆ ଅଭିନୟ କରୁଛନ୍ତି | କଳାକାର ମାନଙ୍କୁ ହତୋତ୍ସାହିତ କରାଗଲେ ରାଜ୍ୟସରକାରଙ୍କ ଯେଉଁ ଲକ୍ଷ ଉଦ୍ଦେଶ୍ୟ ଅଛି ତାହା କେତେଦୂର କାର୍ଯ୍ୟକାରୀ ହେବ | ଏ ବିଷୟରେ ଆଦିବାସୀ ସଂଘର ବ୍ଲକ ସଭାପତି ଶ୍ରୀଯୁକ୍ତ ଭୁବନେଶ୍ୱର କୁଅଁର ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଆଗାମୀ ଦୁଇ ଦିନ ମଧ୍ୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଳାକାର ମାନଙ୍କୁ ନେଇ ଧାରଣା ଦେବା ପାଇଁ ଚେତାବନୀ ଦିଆଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ନୂତନ ଏସ୍‌ଏମ୍‌ସି ଗଠନ ପାଇଁ ସିଆରସିସିଙ୍କ ବିଦ୍ୟାଳୟ ପରିଦର୍ଶନ   30-Jun-2026
  ଜିଲ୍ଲା  
ବରପାଲି ସ୍ଥିତ ଗଙ୍ଗାଧର ମେହର କ୍ଲବରେ ସ୍ୱର୍ଗତ ଭଗବାନସାହୁଙ୍କ ୯୬ ତମ ଜୟନ୍ତୀ ଉତ୍ସବ ପାଳିତ   30-Jun-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026

You Might Also Like