-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
29-Feb-2024
ସାଲେଭଟା,ତା. ୨୯/୨ ( ପ୍ରେରଣା ଖବର ) - ଆଗଲପୁର ବ୍ଲକ ଅନ୍ତର୍ଗତ ବଡଟୀକା ଗ୍ରାମର ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପଶାୟତଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବଡଟୀକା କ୍ଲଷ୍ଟର ଅନ୍ତର୍ଗତ ବରିଷ୍ଠ ପ୍ରଧାନଶିକ୍ଷକ ଗଦାଧର ବାରିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏବିଇଓ ରଜନୀକାନ୍ତ ସାହୁ ମୁଖ୍ୟଅତିଥି, ଏବିଇଓ ଜୁଗିଆ ବାରିହା ମୁଖ୍ୟବକ୍ତା, ପଂଚାୟତ ହାଇସ୍କୁଲ ନଅଁଗାର ପ୍ରଧାନଶିକ୍ଷକ ଭାଗବତିଆ ସାହୁ, ବଲାଙ୍ଗୀର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ହରେକୃଷ୍ଣ ରଥ, ଆଗଲପୁର ବ୍ଲକ ସଂପାଦକ ଦିଲ୍ଲୀପ ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ପଶାୟତଙ୍କ ଶିକ୍ଷକତା ଜୀବନର ଅନୁଭୂତି ଓ ସଫଳତା ବିଷୟରେ ମତବ୍ୟକ୍ତ କରିଥିଲେ ।
ଶ୍ରୀ ପଶାୟତ ତାଙ୍କ ଦିର୍ଘ ୩୭ ବର୍ଷର ଶିକ୍ଷକତା ଜୀବନର ସ୍ମୃତି ଚାରଣ କରିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ତାଙ୍କୁ ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । କ୍ଲଷ୍ଟର ସିଆରସିସି ହୃଷିକେଶ ପଧାନ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ।
ଶିକ୍ଷକ ଶିକ୍ଷୟିତ୍ରୀ ଭାସ୍କର ଭୋଇ, ଅଶୋକ ପଧାନ, କିଶୋର ଦଳପତି, ଦେବକୀ ମନହିରା, ଗୁଣନିଧି ସେଠ, ସନ୍ତୋଷିନୀ ବୁଡେକ, ମୁରଲୀ ପଧାନ, ଦିଲ୍ଲୀପ କୁଅଁର, ଛନ୍ଦାଚରଣ ପଧାନ , ଝରଣୀପାଲି ସିଆରସିସି ଅନିରୁଦ୍ଧ ଭୋଇ, ଆଗଲପୁର ଶିକ୍ଷକ ସଂଘ ସଭାପତି ଦୁର୍ଯ୍ୟୋଧନ ପଶାୟତ, ପ୍ରଧାନଶିକ୍ଷକ ରଘୁନାଥ ଷଡଙ୍ଗୀ, ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ଦିବାକର ପଧାନ ଓ ସମବେତ କମିଟୀ ସଭ୍ୟସଭ୍ୟା ବଡଟୀକା ଗ୍ରାମରେ ଶୋଭାଯାତ୍ରାରେ ଯାଇ ବିଦାୟୀ ଶିକ୍ଷକ ଶ୍ରୀ ପଶାୟତଙ୍କୁ ତାଙ୍କ ବାସଗୃହ କୁ ପାଛୋଟି ନେଇଥିଲେ । ପ୍ରଧାନଶିକ୍ଷକ ଅଶୋକ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।