-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
28-Feb-2024
ଡୁଙ୍ଗୁରିପାଲି,
୨୮/୦୨ (ପ୍ରେରଣା ଖବର )- ମାୟାବର୍ହ୍। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ବିଜ୍ଞାନ ଦିବସ ପ୍ରଧାନ ଶିକ୍ଷକ ରବି ଚନ୍ଦ୍ର ପଶାୟତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସମୃଦ୍ଧ ବିଶ୍ଵ ଗଠନରେ ବିଜ୍ଞାନର ଭୂମିକା ବିଷୟରେ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
ସଭାରେ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ପ୍ରକାଶ କରି ବିଜ୍ଞାନ କିପରି ମାନବ ସେବାରେ ନିହୋଜିତ ହେଉଛି ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅର୍ଚ୍ଚିତା ପ୍ରଧାନ,ଜନାନିକା ନାୟକ, ଲିପ୍ସା ଜୁଆଦି,କ୍ରିସ ବାଗ ଓ ସୁଜିତ୍ ସାହୁ ନିଜ ନିଜ ମତବ୍ୟକ୍ତ କରିଥିଲେ।
ଶେଷରେ ସଭାପତି ଶ୍ରୀ ପଶାୟତ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଞ୍ଜୀବ ପୂଜାରୀ, ମିନିକେତାନ ଦାସ, ବିଭୀଷଣ ଖମାରୀ, ସମୀର କାଠର ଓ ସୁରଜ୍ ଖମାରୀ ପ୍ରମୁଖ ସହଯୋଗ କରିଥିଲେ।