-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
28-Feb-2024
ଏସ. ରାମପୁର ,୨୮/୨-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ମୌନାବତି ଜାଲ ଙ୍କ ଅଧ୍ୟକ୍ଷତାରେ ୧୦ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମୁଖ୍ୟବକ୍ତା ଭାବରେ ମାୟାବର୍ହା କ୍ଲଷ୍ଟର ର ସିଆରସିସି ଜୟଶ୍ରୀରାମ ସିକନ୍ଦର ଓ ମୁଖ୍ୟବକ୍ତା ଭାବରେ ମାୟାବର୍ହା ହାଇସ୍କୁଲ ର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଯୋଗ ଦେଇଥିଲେ। ପାଖାପାଖି ୨୦୦ ଛାତ୍ରଛାତ୍ରୀ ଏହି ଧନ୍ଦାମୂଳକ ତାଲିମ ନେଇ ସ୍ଥାନୀୟ ସାରସମାଳ ବଜାର, ମାଛ ପ୍ରକଳ୍ପ ଓ ପଣ୍ଡକିଟାଲ କୁକୁଡ଼ା ଫାର୍ମ ପରିଦର୍ଶନ କରି ନିଜର ପୁସ୍ତକ ଗତ ଓ ପରିବେଶ ଭିତ୍ତିକ ଜ୍ଞାନ ର ତୁଳନାତ୍ମକ ଚିତ୍ର ଆହରଣ କରିବା ସହିତ ସାଇବର ସିକ୍ୟୁରିଟି ଓ ଶିଶୁ ସୁରକ୍ଷା ତାଲିମ ନେଇଥିଲେ। ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ତାଲିମ ର ସଂଯୋଜକ ଶିକ୍ଷକ ବିନୋଦ କୁମାର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶିକ୍ଷକ ସୁଶିଲ କୁମାର ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ। କଳା ଶିକ୍ଷକ ଅବିନାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଶିକ୍ଷକ ଦୟାସାଗର ପଧାନ, ଚୈତନ୍ୟ ବାରିକ, ସଦାନନ୍ଦ ପଧାନ, ତୋଷମତି ଭୋଇ, ରାଜଲକ୍ଷ୍ମୀନାଥ ସହାଦେଓ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।