-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
28-Feb-2024
ବଲାଙ୍ଗିର(ଚିତ୍ରସେନ ବେହେରା) ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଚାଲିଥିବା କୋଶଲି ନାଟବାଦୀ-ନାଟଯାତ୍ରାର ଚତୁର୍ଥ ରଜନୀ ରେ ମଂଚସ୍ଥ ହୋଇଛି ଡ. ତୁଷାରକାନ୍ତ ସାହୁଙ୍କ ନିର୍ଦ୍ଦେଶିତ କୋଶଲି ନାଟକ “ଡାହି” । ବିଜ୍ଞାନ ବଳରେ ମଣିଷ ଚନ୍ଦ୍ରଲୋକରେ ପଦାର୍ପଣ କରିସାରିଥିବା ବେଳେ ମଧ୍ୟ ଆଜିପର୍ଯ୍ୟନ୍ତ ଅନ୍ଧ ବିଶ୍ୱାସ ସମାଜରୁ ହଟି ପାରି ନାହିଁ । ଏହି କଥାବସ୍ତୁକୁ ନେଇ ସୋହେଲାର ଡ୍ରାମା ଚେତନା ଅନୁଷ୍ଠାନ ର କଳାକାର ମାନେ ସୁନ୍ଦର ଭାବରେ ପରିବେଷଣ କରିଥିଲେ ନାଟକ “ଡାହି” ।
ଦ୍ୱିତୀୟ ନାଟକ ଟି ଅଶୋକ ବହିଦାରଙ୍କ ଲିଖିତ ତଥା ଚିତରଞନ ଦାଶ ଙ୍କ ନିର୍ଦ୍ଦେଶିତ ନାଟକ “କବାଡି ସାମାନ” । ଏହି ନାଟକ କୁ ପରିବେଷଣ କରିଥିଲେ ବଲାଙ୍ଗିର ର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ “ଭୂମିକା” ର କଳାକାର । ଉଭୟ ନାଟକ ଟି ଜୀବନ୍ତ ଥିଲା ଏବଂ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା । ଶେଷରେ ଦେଓଗାଁ ବ୍ଲକ ଚନ୍ଦ୍ରପୁର ଶ୍ରୀରାମଜୀ କଳାପରିଷଦ ତରଫରୁ ରାମଳୀଳା “ସୀତା ଠାବ” ନାଟକ ହୋଇଛି । ଆଜି ଅତିଥି ଭାବରେ ସାଇଟ୍ କଲେଜ ଇଞିନିୟରିଂ ପ୍ରିନ୍ସିପଲ nନମିତା ପଟେଲ,
ନର୍ସିଂ ପ୍ରିନସିପାଲ ଲୋପାମୁଦ୍ରା ମିଶ୍ର ଓ ଆଇ.ଟି.ଆଇ. ପ୍ରିନସିପାଲ ସନ୍ତୋଷ ବ୍ରହ୍ମା ଯୋଗଦାନ କରି କଳାକାର ମାନଙ୍କୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ନାଟକ ଟି ସମାଜର ଦର୍ପଣ ବୋଲି ବର୍ଣ୍ଣନା କରିଥିଲେ । ପୁନଶ୍ଚ ଦିନକୁ ଦିନ ହଜି ଯାଉଥିବା ରାମଳୀଳା କୁ ଉଜ୍ଜିବୀତ କରିବାରେ ଚନ୍ଦ୍ରପୁର ର କଳାକାର ମାନଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ ଆୟୋଜକ କମିଟୀର ସଂପାଦକ ଡ.ନାରାୟଣ ପ୍ରସାଦ ମିଶ୍ର ଧନ୍ୟବାଦ ଦେଇଥିଲେ ।