-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
28-Feb-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ବ୍ଲକ ଠାରେ ନୂତନ ଭାବେ ନିର୍ମିତ ପଞ୍ଚାୟତ ସମିତି କୋଠା ଉଦ୍ଘାଟିତ ହୋଇ ଯାଇଛି। ଏହି ଅବସରରେ କ୍ରୀଡ଼ା ସାମଗ୍ରୀ ଏବଂ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବିଡିଓ ସୌମ୍ୟରଞ୍ଜନ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, କରମଚାନ୍ଦ ମହାନ୍ତି, ମଧୁସୂଦନ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କୋଠା ଉଦଘାଟନ ପରେ ପରେ ଭତ୍ତା ବଣ୍ଟନ ଏବଂ ବିଭିନ୍ନ ଅନୁଷ୍ଠାନକୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିଲା।