-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
28-Feb-2024
ନାନ୍ଦୋଲ/ ଜୁନାଗଡ଼( ଚିନ୍ତାମଣି ନାଏକ )
ପିରାମଲ୍ ଫାଉଣ୍ଡେସନ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାର ପାରମ୍ପରିକ ବୈଦ୍ୟ ମାନଙ୍କ ପାଇଁ ଦକ୍ଷତା ପ୍ରମାଣପତ୍ର ପ୍ରଦାନ ନିମନ୍ତେ ପରୀକ୍ଷା ନିରୀକ୍ଷା କାର୍ଯ୍ୟକ୍ରମ ରବିବାର ଦିନ ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ନାନ୍ଦୋଲ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଅଛି କେନ୍ଦ୍ର ସରକାରଙ୍କର ସଂସ୍ଥା "କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ” ଦ୍ଵାରା ନିୟୋଜିତ ବେଙ୍ଗାଲୁରୁ ସ୍ଥିତ ' ଟ୍ରାନସ୍ ଡିସିପ୍ଲିନାରି ୟୁନିଭରସିଟି' ର ଡ଼ାକ୍ତର ଏହାକୁ ପରିଚାଳନା କରିଥିଲେ l ଆଦିବାସୀ ପାରମ୍ପରିକ ଚିକିତ୍ସକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହିତ ଦୁର୍ଗମ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ l ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ନାନ୍ଦୋଲ ଗ୍ରାମର ୨ ଜଣ ପାରମ୍ପରିକ ବୈଦ୍ୟ- ପଦ୍ମଶ୍ରୀ ପଟାଏତ କୁମାର ସାହୁ ଓ ପ୍ରକୃତିବନ୍ଧୁ ଶ୍ରୀ ଜତିନ୍ଦ୍ର କର ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରମାଣ ଦେଇଥିଲେ, ଯାହା ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ତଥା ଓଡିଶା ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟକ ହେବ l ପିରାମଲ ଫାଉଣ୍ଡେସନ ର ଶ୍ରୀ ନାରାୟଣ ମହାରଣା ଓ ଶ୍ରୀମତୀ ସ୍ଵର୍ଣ୍ଣଲତା ତୁର୍ଲାପତି ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାର ପ୍ରୋଗ୍ରାମ ମୁଖ୍ୟ ଶ୍ରୀ ରଜନୀ କାନ୍ତ ଦାସ ଏହି ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l