-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
20-Feb-2024
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ନିମନ୍ତେ ମଙ୍ଗଳବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟର ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ପରିବାର ପିଛା ୧୦୦୦ ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ହୋଇଥିବା ବେଳେ ବାଲିଗୁଡା ଉପଖଣ୍ଡ ସ୍ତରରେ ସ୍ଥାନୀୟ ଉପଜିଲ୍ଲାପାଳ ଡ଼ା.ରୀନା ପ୍ରଧାନଙ୍କ ଦ୍ବାରା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ୯୬ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାର ଉପକୃତ ହେଉଥିବାବେଳେ ବାଲିଗୁଡା ଉପଖଣ୍ଡର ସର୍ବମୋଟ ୧,୩୩,୩୬୮ ପରିବାର ଉପକୃତ ହେବେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଖାଦ୍ୟ ସୁରକ୍ଷା ଯୋଜନା ଓ ଜୀବିକା ସହାୟତା ରାଶି ପ୍ରଦାନର ଉଦେଶ୍ୟ ବିଷୟରେ ବୁଝାଇବା ସହିତ ସ୍ବଚ୍ଛ ଭାବେ ଉପଖଣ୍ଡର ସମସ୍ତ ହିତାଧିକାରୀ ଜୀବିକା ସହାୟତା ରାଶି ପ୍ରଦାନ ନିମନ୍ତେ ଇଛା ପ୍ରକାଶ କରିଥିଲେ ଏବଂ ଉପସ୍ଥିତ ଥିବା ସମସ୍ତ ହିତାକାରୀଙ୍କୁ ଦୁଇଟି ଲେଖାଏଁ ଝୋଟ ମୁଣା ସହ ୧୦୦୦ ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ମଳୟ କୁମାର ମେହେର, ସ୍ଥାନୀୟ ଯୋଗାଣ ନିରୀକ୍ଷିକା ସ୍ମିତାରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।