-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||     

HOME   ଜିଲ୍ଲା

୧୭ ଦିନ ପରେ ମଧ୍ୟ ପୋଲିସ ହାତ ଖାଲି,୨୪ରେ ଥାନା ଘେରିବ ଆଦିବାସୀ ସଂଘ

20-Feb-2024



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ଉଜ୍ଜଳ ବରିହା ଏବଂ ଗ୍ରାମର ପ୍ରମୋଦ ବହିଦାର,ଘନଶ୍ୟାମ ଦାସ ଏବଂ ଗୌତମ ଭୁକ୍ତା ମିଶି ଗତ ତା.୭.୦୨.୨୪ରିଖ ସନ୍ଧ୍ୟାରେ ସେହି ଥାନା ଅନ୍ତର୍ଗତ ଖୁଣ୍ଟସମଳେଇ ଗ୍ରାମକୁ ଏକ  ଉତ୍ସବରେ ଯୋଗଦେବା ପାଇଁ ଆସିଥିଲେ । ବିବାହ ଉତ୍ସବରେ ଯୋଗଦେଇ ଘରକୁ ପ୍ରମୋଦ ବହିଦାର,ଘନଶ୍ୟାମ ଦାସ ଓ ଗୌତମ ଭୁକ୍ତା ରାତିରେ ଫେରିଥିଲେ କିନ୍ତୁ ଉଜ୍ଜଳ ବରିହା ଘରକୁ ଫେରିନଥିଲେ । ପରିବାର ଲୋକେ ଉଜ୍ଜଳର ଫେରିବା

ବିଳମ୍ବ ହେବାରୁ  ଫୋନ କରିଥିଲେ କିନ୍ତୁ ଫୋନ ସ୍ୱିଚ ଅଫ ଥିଲା । ଚିହ୍ନା ପରିଚିତ ଘରେ ରହି ଯାଇଥିବା ଭାବି ସମସ୍ତେ ଶୋଇଥିଲେ । ସକାଳ ହେଲା ଫେରିଲେ ନାହିଁ ତାପରେ ଯାହା ସହିତ ବିବାହ ଘର ଯାଇଥିଲେ ସେମାନଙ୍କ ଘରକୁ ଯାଇ ପଚାରି ବୁଝିଥିଲେ ସେମାନେ କହିଲେ ଆମ୍ଭ ସହିତ ଉଜ୍ଜଳ ଆସିଲା ନାହିଁ ସେ ଆମ୍ଭକୁ ଅଭରଟେକ କରି ଗାଡ଼ି ସ୍ପୀଡ଼ କରି ପଳେଇ ଆସିଲା ଆମେ ଆଉ ଦେଖି ପାରିଲୁନାହିଁ ବୋଲି କହିଛନ୍ତି। ହେଲେ ପରିବାର ଲୋକେ , ପାଖ ପଡ଼ୋଶୀ,ସମ୍ପର୍କୀୟ ଲୋକେ ଆଖ ପାଖ ଅଞ୍ଚଳ ଖୋଜାଖୋଜି କଲେ, ସମ୍ପର୍କୀୟ ଲୋକ ମାନଙ୍କୁ ଫୋନ କଲେ କିନ୍ତୁ ସନ୍ଧାନ ପାଇଲେ ନାହିଁ । ତା.୮.୦୨.୨୪ରେ ସକାଳେ ଘର ପଛ ପଟେ ଘର ଠାରୁ ୧୦୦ ମିଟର ଦୂରରେ ଥିବା ଘସିଏନ ଦେବୀ ପୀଠ ପାଖରେ ଉଜ୍ଜଳର ଗାଡ଼ି ଓ ଚପଲ ରଖା ହେଇଥିବା ଦେଖିଥିଲେ ।  ଉଜ୍ଜଳ ର ବାପା ଲରମ୍ଭା ଥାନାକୁ ଆସି ଆଭିଯୋଗ କରିବାରୁ ପ୍ରଥମେ ଅଭିଯୋଗ ପତ୍ର ରଖିନଥିଲେ ଘରକୁ ଫେରିଆସି ପୁଣି ମଧ୍ୟାହ୍ନ ସମୟରେ ଥାନାକୁ ଯାଇ ଅଭିଯୋଗ ପତ୍ର ଦେଇଥିଲେ । ୧୦ତାରିଖ ସକାଳୁ ଗ୍ରାମର ଗୋପୀନାଥ ସାହୁଙ୍କ ବାଡ଼ିରେ ଥିବା ଖୁଲା କୂଅରେ ଶବ ପଡ଼ିଛି ବୋଲି ଖବର ପାଇଲେ କିନ୍ତୁ ମୃତକ ଉଜ୍ଜଳ ବରିହା ଙ୍କ ପରିବାର ଲୋକେ ଥାନାରେ  ଅଭିଯୋଗ କରିବା ପୂର୍ବରୁ ଗୋପୀନାଥ ସାହୁ ଏବଂ ତାଙ୍କ ପରିବାର ସଦସ୍ୟ ଯାଇ ଲରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ମୃତକ ପରିବାର ଯାଇ ଥାନାରେ ଅଭିଯୋଗ କରିଥିଲେ ।   ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଆସି କୂଅ ଭିତରୁ ଶବ ଉଦ୍ଧାର କରିଥିଲେ । ପରେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଆସି ଘଟଣାର ତଦନ୍ତ କରିଥିଲେ କିନ୍ତୁ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରିନଥିଲେ । ଶବ ଉଦ୍ଧାର କରି ପ୍ରଥମେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପାଟଣାଗଡ଼ ଶବ ବ୍ୟବଚ୍ଛେଦ ଗୃହକୁ ଆଣି ଶବ ବ୍ୟବଚ୍ଛେଦ କରି ଶବକୁ ମୃତକ ପରିବାରକୁ ହସ୍ତାନ୍ତର କରିଥିଲେ । ପରିବାର ଲୋକ,ପିତା ଲୁଚନ ବରିହା ମୋ ପୁଅକୁ  ଏବଂ ତାଙ୍କ ସ୍ତ୍ରୀ ମୋହିନୀ ବରିହା ମୋ ସ୍ୱାମୀକୁ ପୂର୍ବ ଶତ୍ରୁତା କୁ ନେଇ ଗ୍ରାମର ଧର୍ମରାଜ ସାହୁ,ବିପିନ ସାହୁ,ଗୋପୀନାଥ ସାହୁ, ନୃପରାଜ ସାହୁ,ବିରାଟ ସାହୁ,କରମ ବିଶ୍ୱାଳ କରମ ବିଶ୍ୱାଳର ସ୍ତ୍ରୀ  ହିଁ ଯୋଜନାବଦ୍ଧ ଭାବେ ହତ୍ୟା କରି କୂଅରେ ପକେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ ପ୍ରଶାସନ ତଦନ୍ତ ନାଁ ରେ ଦିନ ଗଡ଼େଇ ଘଟଣାକୁ ଚାପି ଦେବାକୁ ଚେଷ୍ଟା ଚଳେଇଛନ୍ତି । ପୋଲିସର ସିଥିଲ ତଦନ୍ତ

ପ୍ରକ୍ରିୟାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଘୋର ନିନ୍ଦା କରିଛି । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଫଟାମୁଣ୍ଡା ଠାରେ  ଏକ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ତା.୨୪.୦୨.୨୪ ରେ ଲରମ୍ଭା ଥାନା ଘେରାଓ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଶସ୍ତ୍ର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ପ୍ରସ୍ତୁତି ବୈଠକରେ ଜଳ ଧରୁଆ, ସଂଯୋଜକ ତଥା ଆବାହକ ଗୌରାଙ୍ଗ ବରିହା,ସାନ ଭୁଏ,ଝେକରୁ ଭୋଇ,ମଦନ ମାଝୀ,ଭରତବାହାଲ ସହଦେଵ ଧରୁଆ,ରମେଶ କୁମୁରା ,ମାଧବ ବରିହା, ହାଡୁ ବରିହା,ଫଟାମୁଣ୍ଡା ସଭାପତି କସ୍ତୁରୁ ବରିହାଙ୍କ ସହିତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026

You Might Also Like