-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
20-Feb-2024
କଟକ(ପ୍ରେରଣା ଖବର ): ଆଜି କଟକ ଜିଲ୍ଲା କ୍ରୀଡ଼ା ଭାରତୀ ତରଫରୁ କାଜିବଜାର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମାଘ ସପ୍ତମୀ (ରଥ ସପ୍ତମୀ) ସପ୍ତାହ ପାଳନ ଉପଲକ୍ଷେ ଏକ ସାମୁହିକ ସୂର୍ଯ୍ୟନମସ୍କାର ଓ ଯୋଗସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର
ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ସୂର୍ଯ୍ୟନମସ୍କାର ଓ ଯୋଗସନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଭାରତୀ ଓଡ଼ିଶା ପୂର୍ବପ୍ରାନ୍ତ ଅଧ୍ୟକ୍ଷ ଡଃ ଅଶୋକ କୁମାର ନାୟକ, କଟକ ଶାଖା କ୍ରୀଡ଼ା ଭାରତୀ ଅଧ୍ୟକ୍ଷ ବନମାଳୀ ବିଶୋଇ, ସହ ସମ୍ପାଦିକା ଅଞ୍ଜଳି ଦାସ,ସୌଦାମିନୀ ଗୋଚ୍ଛାୟତ, ଅଜୟ ସାହୁ, ସଏଦ ରେହେମନ୍, ମୋଜେସ ବେହେରା, ସୌଭାଗ୍ୟ ପଟ୍ଟନାୟକ, ଲିଙ୍ଗରାଜ ପୃଷ୍ଟି ଓ ଅନ୍ୟାନ୍ୟ କର୍ମକର୍ତ୍ତା ତଥା ବିଦ୍ୟାଳୟର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।