-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
20-Feb-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର-ସହର ର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କ୍ୟାମ୍ପସ ଆଜି ଉଦଘାଟିତ ହୋଇ ଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀରରୁ ଭାରଚୁଆଲ ଭାବେ ଉଦଘାଟନ କରିଛନ୍ତି। ଆଜି ବିଦ୍ୟାଳୟରେ ଆୟୋଜିତ ଉଦଘାଟନୀ ସମାରୋହରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ବିଦ୍ୟାଳୟକୁ ପହଂଚିବା ପରେ ଉପସ୍ଥିତ ବିଦ୍ୟାଳୟର ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ ସଭିଏଁ ସାଂସଦଙ୍କୁ ଭବ୍ୟ ସ୍ୱାଗତ କରି ସଭାସ୍ଥଳକୁ ପାଛୋଟି ନେଇଥିଲେ। ଉଦଘାଟନ ଉତ୍ସବ ପୂର୍ବରୁ ମୁଖ୍ୟ ଅତିଥି ଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ
ପ୍ରଧାନମନ୍ତ୍ରୀ ଭାରଚୁଆଲ ମାଧ୍ୟମ ରେ ଯୋଡି ହୋଇ ନୂତନ କ୍ୟାମ୍ପସକୁ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଆଜକୁ ଦୀର୍ଘ ଦଶନ୍ଧିରୁ ଅଧିକ ହେଲା ଏହି ବିଦ୍ୟାଳୟ ଜିଲ୍ଲା ପ୍ରଶାସନ ଯୋଗାଇ ଦେଇଥିବା ଏକ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଥିଲା। ତେବେ ନୂତନ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରାଯିବା ପରେ ଆଜି ତାର ଶୁଭ ଉଦଘାଟନ କରାଯାଇଛି। ଏହି ନୂତନ କ୍ୟାମ୍ପସ ଯୋଗୁଁ ଛାତ୍ରଛାତ୍ରୀ ମହଲରେ ବେଶ ଉତ୍ସାହ ଦେଖା ଦେଇଛି। ତେବେ ପ୍ରାୟ 90 ପ୍ରତିଶତ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ କରାଯାଇଥିବା ବେଳେ ବିଦ୍ୟାଳୟର ଖେଳ ପଡ଼ିଆର ଉନ୍ନତି କରଣ , ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ବଗିଚା , ସମ୍ବିଳନୀ ପଡିଆ ଆଦିର ବିକାଶ କରିବା ପାଇଁ ଅଭିଭାବକ ମାନେ ସାଂସଦଙ୍କ ପାଖରେ ଦାବି ରଖିଥିଲେ। ସାଂସଦ ବିଦ୍ୟାଳୟ ପରିଦର୍ଶନ କରି ଅଭିଭାବକଙ୍କ ଦାବି କୁ ପୁରଣ କରିବାକୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।