-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
20-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଲ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଉଚ୍ଚ ପ୍ରlଥମିକ ବିଦ୍ୟାଳୟର ୧୨୦ ତମ ବାର୍ଷିକ ଉତ୍ସବପାଳିତ ହୋଇଯାଇଛି l ସନ୍ଧ୍ୟାରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ସାଂସ୍କୃତିକ ସଭାରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଭାବେ ସମାଜସେବୀ ପ୍ରଶାନ୍ତ କୁମାର ରଣା, ମୋସ୍କୁଲ ଅଭିଜାନ କମିଟି ର ସଭାପତି ସୁଧୀର କୁମାର ଖଟୁଆ, ପୂର୍ବତନ ସମିତିସଭ୍ୟ ସନ୍ତୋଷ ଦନ୍ତା, ପୂର୍ବତନ ନାଏବ ସରପଞ୍ଚ ନିରାକାର ବାରିକ, ସରକାରୀ ଓକିଲ ରାଧାବଲ୍ଲବ ପ୍ରଧାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ସେହିପରି
ସକାଳେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଗ୍ରାମବାସୀଙ୍କୁ ନେଇ ଏକ ବିରାଟ ମସlଲ ଶୋଭାଯାତ୍ରା ଉତ୍ସବ ମଣ୍ଡପକୁ ପହଞ୍ଚିଥିଲା l ପରେ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଦେବେନ୍ଦ୍ର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ସଭାରେ ମୁଖ୍ୟଅତିଥିଭାବେ ଜିଲ୍ଲା ଫୋରମ ସଭାପତି ଦିବ୍ୟଶଙ୍କର ରାଉତ, କଣ୍ଟାମାଳ ମହାବିଦ୍ୟାଳୟ ଅଧ୍ୟାପକ ଦେବଦାସ ମହାପାତ୍ର ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପଞ୍ଚାନନ ସାହୁ,ବିଦ୍ୟାଳୟ ର ପୂର୍ବତନ ସଭାପତି ରମାକାନ୍ତ ସାହୁ, ପୂର୍ଣ୍ଣ ଚରଣ ସାହୁ,ସାମ୍ବାଦିକ ଜୟ କୁମାର ମହାରଣା, ସୁଶୀଲ ମିଶ୍ର, ଜଗାନନ୍ଦ ମହାପାତ୍ର, ରଞ୍ଜନ କୁମାର ପାତ୍ର,ଶିକ୍ଷକସଙ୍ଘର ସଭାପତି ଶିଶିର କୁମାର ଖଟୁଆ,ରୁଣ୍ଡିମହୁଲ ହାଇସ୍କୁଲ ସହକାରୀ ଶିକ୍ଷକ ସମୀର କୁମାର ଖଟୁଆ, ପୂର୍ବତନ ପଂଚାୟତ ସମ୍ପାଦକ ତଥା ଗାଁ ଗୌନ୍ତିଆ ବନମାଳୀ ବାରିକ,ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବୁଧୁରାମ ପଣ୍ଡା, ଗଜିନ୍ଦ୍ର ସାହୁ, ଉତ୍ତର କୁମାର ମିଶ୍ର, ନାଏବ ସରପଞ୍ଚ, ସ୍କୁଲ କମିଟି ସଦସ୍ୟ ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇ ପ୍ରଧାନଶିକ୍ଷକ ଙ୍କ ଦକ୍ଷତାର ଭୁୟସୀ ପ୍ରଶଂସା କରିଥିଲେ l ସେହିପରି ସନ୍ଧ୍ୟାରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ସାଂସ୍କୃତିକ ସଭାରେ କଣ୍ଟାମାଳ ବିଧାୟକ ମହୀଧର
ରଣା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଭାବେ ସମାଜସେବୀ ପ୍ରଶାନ୍ତ କୁମାର ରଣା, ମୋସ୍କୁଲ ଅଭିଜାନ କମିଟି ର ସଭାପତି ସୁଧୀର କୁମାର ଖଟୁଆ, ପୂର୍ବତନ ସମିତିସଭ୍ୟ ସନ୍ତୋଷ ଦନ୍ତା, ପୂର୍ବତନ ନାଏବ ସରପଞ୍ଚ ନିରାକାର ବାରିକ, ସରକାରୀ ଓକିଲ ରାଧାବଲ୍ଲବ ପ୍ରଧାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସ୍ଵାଗତ ସଙ୍ଗିତ ହୋଇଥିଲା l ଶିକ୍ଷକ ଆଲୋକ କୁମାର ସାହୁ, ପ୍ରଭାତ ଖମାରି ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ l ପ୍ରଧାନ ଶିକ୍ଷକ ଜଗନ୍ନାଥ ମହାପାତ୍ର ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ ଏବଂ ଶିକ୍ଷକ ଅକ୍ରୁର ପ୍ରଧାନ ଧନ୍ୟବାଦ ଦେଇଥିଲେ l ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଞ୍ଚଳର କୁନିକୁନି ଶିଶୁ କଳାକାର ମାନଙ୍କ ଦ୍ୱାରା ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l ଶିକ୍ଷକ ଅକୁର ପ୍ରଧାନ, ଦେଶବନ୍ଧୁ ବାରିକ, ଶିକ୍ଷୟତ୍ରୀ ପ୍ରିୟମ୍ବଦା ସାହୁ, କାଦମ୍ମିନି ସେଠି ଆଦି ବାର୍ଷିକୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ l