-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||     

HOME   ରାଜ୍ୟ

ଟ୍ରାଫିକ ନିୟମ ର ଖୋଲା, ଖୋଲି ଉଲଂଘନ, କଂଗ୍ରେସ ର ବିଶାଳ ବାଇକ ରେଲୀ

20-Dec-2020



ଭବନେଶ୍ୱର,(ଶୁଭାଶିଶଷ ନାୟକ) : ରାଜ୍ୟ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ 'କମ୍ପନ' ସମାବେଶ ଆୟୋଜିତ ହୋଇଥିଲା । ପ୍ରଥମେ ଶ୍ରୀ ନୱାଜଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍ ରାଲି ଏୟାରପୋର୍ଟ ଛକରୁ ଶିଶୁଭବନ ଓ ରାଜମହଲ ଛକ ଦେଇ ମାଷ୍ଟରକ୍ୟାଂଟିନ ସ୍ଥିତ କଂଗ୍ରେସ ଭବନକୁ ଆସିଥିଲା । କିନ୍ତୁ ଏହି ବିଶାଳ ସମାବେଶରେ ଟ୍ରାଫିକ୍ ନିୟମ ସହ କୋଭିଡ ଗାଇଡଲାଇନକୁ କେହି ବି କଂଗ୍ରେସ କର୍ମୀ ପାଳନ କରିନଥିଲେ । 

ବର୍ତ୍ତମାନ ସମୟରେ ରାଜ୍ୟ ସରକାର ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡି କରିଥିବା ବେଳେ ଟୁଇନ୍ ସିଟିର ପ୍ରତି ଛକ ଓ ଗଳିକନ୍ଦିରେ ପୋଲିସ ଜଗି ରହି ଚେକିଂ କରୁଛନ୍ତି । ହେଲେ କଂଗ୍ରେସ ପକ୍ଷରୁ ଗତକାଲି ଅୟୋଜିତ ହୋଇଥିବା ବାଇକ୍ ରାଲିରେ କେହି ମଧ୍ଯ ହେଲମେଟ ପିନ୍ଧି ନଥିଲେ କି ଟ୍ରାଫିକ୍ ନିୟମ ପାଳନ କରିନଥିଲେ । ଏଥିସହିତ କରୋନା ଗାଇଡଲାଇନ ଅନୁଯାୟୀ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ମଧ୍ଯ ଅବଲମ୍ବନ କରିନଥିଲେ । ଏନେଇ କମିଶନରେଟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେବେ ଏନେଇ ଟ୍ରାଫିକ୍ ଏସିପିଙ୍କୁ ଯୋଗାଯୋଗ କରିଥିଲୁ । ତାଙ୍କ କହିବାନୁଯାୟୀ ମୁଖ୍ୟରାସ୍ତା ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜରୁ କଣ୍ଟ୍ରୋଲ ରୁମ୍ ଯାଞ୍ଚ କରି ସେମାନଙ୍କ ନାମରେ ଚାଲାଣ କଟାଯିବ । ସେହିପରି ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ମଧ୍ଯ ଯୋଗାଯୋଗ କରାଯାଇଥିବା ବେଳେ ତାଙ୍କ କହିବାନୁସାରେ ଯେଉଁ ମାନେ ହେଲମେଟ ପିନ୍ଧି ନଥିଲେ ସେମାନଙ୍କୁ ଟ୍ରାଫିକ୍ ନିୟମ ଭାଙ୍ଗିବା ନେଇ ଚାଲାଣ କଟାଯିବ । ତେବେ ଗତକାଲି ପ୍ରାୟ ୧୮୦ ଜଣଙ୍କ ନାମରେ ଚାଲାଣ ଯାଇଛି । 

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ କମ୍ପନ ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟିର ଓଡିଶା ପ୍ରଭାରୀ ଡ. ଏ. ଚେଲାକୁମାର ଉଦ୍‌ବୋଧନ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ସଂଗ୍ରାମ କେଶରୀ ଜେନା, ଡ. ଦେବାଶିଷ ପଟ୍ଟନାୟକ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ରଜତ ଚୌଧୁରୀ, ଅଧିରାଜ ପାଣିଗ୍ରାହୀ, ରାଜୀବ ପଟ୍ଟନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଦୀପ ମାଝୀ, ଅନନ୍ତ ସେଠୀ, ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, ଅରିନ୍ଦମ ସର୍କେଲ, ଡ. ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଜିତ ଦାସ, ସତ୍ୟପ୍ରକାଶ ନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋଜ ରାଉତ, ମନୋରଞ୍ଜନ ଦାଶ, କିରଣ ସାହୁ, ରଂଜିତ ଦାସ, ଜୟନ୍ତ ଭୋଇ, ପଦ୍ମାକର ଗୁରୁ, ରଂଜିତ ପାତ୍ର, ଅଜୟ ସାହୁ, ସ୍ୱାଗତ କର, ବଟକୃଷ୍ଣ ରାଉତରାୟ, ବିପ୍ଳବ ଶିଳାଦିତ୍ୟ, ଅଭିଳାଷ ମାଣିଆ, ଚାଲୁ ମଙ୍ଗରାଜ, ପ୍ରଭାସକର ମହାପାତ୍ର, ଦେବଦତ ଦାସ, ତୁଷାରକାନ୍ତ ତପସ୍ୱୀ, ମମତା କୁଣ୍ଡୁ, ସୁଦର୍ଶନ ଦାସ, ମନୋଜ ମହାପାତ୍ର, ଆଲୋକ ଲେଙ୍କା, ଉମେଶ ଜେନା, ରାଜକିଶୋର ବାରିକ, ମନ୍ମଥ ରାଉତରାୟ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଲିଙ୍ଗରାଜ ସାହୁ, ଚିନ୍ମୟ ସୁନ୍ଦର ଦାସ, ଜ୍ୟୋତିପ୍ରକାଶ ଆଚାର୍ଯ୍ୟ, ଗୋପନ ମାର୍ଥା, ବାଦଲ ମହାନ୍ତି, ଯୁବରାଜ ମହାନ୍ତି, ସୁରଜ ରାଉତ, ଦୀପକ ମହାପାତ୍ର, ରଂଜିତ ସେନାପତି, ସାଗର ପଟ୍ଟନାୟକ, ସେକ୍ ଅମୀର ମହମ୍ମଦ, ନିଆଜୁଲ୍ ଇସ୍‌ଲାମ, ଅଭିଷେକ ଦଳବେହେରା, କାର୍ତିକ କାଣ୍ଡି, ଶିବାନ ମୁଶାରଫ, ଚଂଚଲ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026

You Might Also Like