-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
19-Jan-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ଏହି ବ୍ଲକ ଅନ୍ତର୍ଗତ କପାସିରା ଗୁରାଣ୍ଡି ବ୍ରିଜ ଉପରୁ ତଳକୁ ଖସି ପଡି ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାଯାଏ । ମିଳି ଥିବା ସୁଚନା ଅନୁସାରେ ବିନିକା ବ୍ଲକ ଖୁର୍ଡିଆବାହାଲ ଗ୍ରାମର ପଞ୍ଚୁ ବାଗ ଏବଂ ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ଆଗଲପୁର ଗ୍ରାମର ବିକି ବନଛୋର ଡୁଙ୍ଗୁରିପାଲିକୁ ଏକ ବାଇକରେ ଆସୁଥିଲେ । ଭାରସାମ୍ୟ ହରାଇ ବାଇକ ସହିତ ବ୍ରିଜ ତଳକୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପଞ୍ଚୁ ବାଗର ବାମ ଗୋଡ ଭାଙ୍ଗି ଯାଇ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ବିକି ବନଛୋରଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇଛି । ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି ।