-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
16-Jun-2026
ବରଗଡ(ତୁଳସୀ ଚରଣ ଦାଶ): ଆସନ୍ତା ତା: ୨୧. ୦୬. ୨୦୨୬ ରବିବାର ଦିନ ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘର ୨୭ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବ । ଏହି ଦିନ ସକାଳ ୦୮ ଘଣ୍ଟା ରୁ ସ୍ଥାନୀୟ ନିଶାମଣି (ଲୋକ ମଣ୍ଡପ) ପଡ଼ିଆ ରୁ ଏକ ଅଟୋ ରେଲି (ଶୋଭାଯାତ୍ରା) ବାହାରି ସହର ପରିକ୍ରମା ପରେ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ସମବେତ ହେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେକ ବ୍ୟକ୍ତି ବିଶେଷଙ୍କୁ ସମାନ୍ନିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ସଭାପତି ସର୍ଦ୍ଦାର ପ୍ରିତମ ସିଂହ ଙ୍କ ସୂତ୍ରରୁ ପ୍ରକାଶ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଅଟୋ ମାଲିକ ଏବଂ ଅଟୋ ଚାଳକ ସମବେତ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ସଭାପତି ଶ୍ରୀ ସିଂହ ଅନୁରୋଧ କରିଛନ୍ତି ।
---------×××---------