-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
19-Jan-2024
ବଲାଙ୍ଗିର(ଦେବାଶିଷ ବହିଦାର ): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀରାମ ଜନ୍ମଭୂମି ପ୍ରତିଷ୍ଠା ଉତ୍ସବ ତଥା ଶ୍ରୀରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ବଲାଙ୍ଗିର ଜିଲାରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।
୨୨ ତାରିଖ ଦିନ ଜିଲାବ୍ୟାପୀ ହେବାକୁ ଥିବା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର କିଭଳି ଆୟୋଜନ କରାଯାଉଛି ତାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗୀର ପେଲେସଲାଇନ୍ ସ୍ଥିତ ଦୁର୍ଗାପୂଜା ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ଜନ୍ମଭୂମି ପ୍ରତିଷ୍ଠା ଉତ୍ସବ ଜିଲା କମିଟି ସଂଯୋଜକ ଦୟାନିଧି କରନ୍, ସହ-ସଂଯୋଜକ ପବିତ୍ର ଦାଶ, ବଲାଙ୍ଗୀର ନଗର ସଂଯୋଜକ ଗୋବିନ୍ଦ ମିଶ୍ର ଓ ସହ-ସଂଯୋଜକ ବାବୁଲାଲ ମିଶ୍ର, ପେଲେସଲାଇନ୍ ସଂସ୍କୃତି ସଂସଦର କର୍ମକର୍ତ୍ତା ଉପସ୍ଥିତ ଥିଲେ । ନଗର ସହସଂଯୋଜକ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ମିଳନୀରେ ଜିଲା କମିଟି ସଂଯୋଜକ କରନ୍ ଆସନ୍ତା ୨୨ ତାରିଖ ଦିନ ବଲାଙ୍ଗୀର ଜିଲାରେ କିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ପ୍ରସ୍ତୁତି କରାଯାଉଛି କହିଥିଲେ । ବଲାଙ୍ଗୀର ଜିଲାର ସମସ୍ତ ୧୪ଟି ବ୍ଳକ୍, ବଲାଙ୍ଗୀର, ଟିଟିଲାଗଡ ମ୍ୟୁନିସିପାଲିଟ, ପାଟଣାଗଡ, କଣ୍ଟାବାଞ୍ଜି, ତୁଷରା ଏନ୍ଏସି ସମତେ ଜିଲାର ୧୭୮୮ଟି ଗାଁର
ପ୍ରାୟ ସମସ୍ତ ମଠ ଓ ମନ୍ଦିରରେ ଶ୍ରୀରାମ ଜନ୍ମଭୂମି ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳନ କରାଯିବ ବୋଲି କହିଥିଲେ । ଅଯୋଧ୍ୟାରୁ ଆସିଥିବା ଅକ୍ଷତ ବଣ୍ଟନ ସୁଚାରୁରୂପେ ସମ୍ପାଦନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ବଲାଙ୍ଗୀର ନଗର କମିଟି ସଂଯୋଜକ ଗୋବିନ୍ଦ ମିଶ୍ର ୨୨ ତାରିଖ ଦିନ ବଲାଙ୍ଗୀର ସହରରେ କିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ସେନେଇ ସୂଚନା ଦେଇଥିଲେ । ବଲାଙ୍ଗୀର ମ୍ୟୁନିସିପାଲିଟିର ସମସ୍ତ ୨୧ଟି ୱାର୍ଡର ୮୭ଟି ପଡାରେ ଥିବା ମଠ, ମନ୍ଦିରରେ ବ୍ୟାପକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଉଥିବା ସେ କହିଥିଲେ । ୨୨ ତାରିଖ ସକାଳେ ସହରର ସମସ୍ତ ମନ୍ଦିର ଓ ମଠରେ ପୂଜାର୍ଚ୍ଚନା କରାଯିବ । ୨୨ ତାରିଖ ସକାଳୁ କୋଶଳ କଳାମଣ୍ଡଳ ପଡିଆରୁ ଏକ ଶୋଭାଯାତ୍ରା ବିଭିନ୍ନ ମଠ, ମନ୍ଦିର ଦେଇ ସହର ପରିକ୍ରମା କରିବ ବୋଲି କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୁଦାମ ସାହୁ, ରମେଶ ବେହେରା, ବୁଲୁ ବିଶୋଇ, ସର୍ଜନ ଆଚାର୍ଯ୍ୟ, ଅଜିତ ବେହେରା, ସରୋଜ ପଟ୍ଟନାୟକ, ଉଦିତ ଦାନୀ, ପ୍ରତାପ ସାହୁ, ସନ୍ତୋଷ ପାଣିଗ୍ରାହୀ, ନରେଶ ବେହେରା, ସରୋଜ ପଣ୍ଡା, ସିଲାଜିତ ସିଂଦେଓ, ଚିନ୍ମୟ ପ୍ରଧାନ, ସରସ୍ୱତୀ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।