-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
16-Jun-2026
କଟକ(ତପନ ମହାନ୍ତି): ଜାଇକା ପାଇପ୍ ଫାଟି ଦୀର୍ଘ ଦୁଇ ମାସ ହେବ ଝାଡା ମିଶା ଆବର୍ଜନା ପାଣି ତାଳଦଣ୍ଡା କେନାଲ୍ରେ ମିଶୁଛି କେଶପୁରର ପୂର୍ବତନ ପ୍ରଧାନଶିକ୍ଷକ ସୁରେନ୍ଦ୍ର ଦାଶଙ୍କ ଘର ପଛପଟେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଦୁର୍ଗନ୍ଧରେ ଅଞ୍ଚଳବାସୀ ରହି ପାରୁନାହାଁନ୍ତି । ସିଏମସିକୁ ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ତେଣୁ ତୁରନ୍ତ ଫଟା ପାଇପ୍ ସଜାଡିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସୂଚନା ଥାଉ କି, କୋଟିକୋଟି ଟଙ୍କା ବ୍ୟୟରେ କଟକ ସହରର ମଳ ମିଶା ଆବର୍ଜନା ପାଣି ମତ୍ତଗଜପୁରଠାରେ ବିଶୋଧନ ହୋଇ କାଠଯୋଡ଼ିରେ ଛଡା ଯାଉଛି। ଏହି କାମ ଏଲ୍ଆଣ୍ଡଟି କମ୍ପାନି ନେଇଥିଲା| ତେବେ ନିମ୍ନମାନର କାମକୁ ନେଇ ସେତେବେଳେ ବିରୋଧ ହୋଇଥିଲା।