-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
16-Jun-2026
ଲୋଇସିଂହା, (ବିନୋଦ ଦୀପ) ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ତରଫରୁ ଓଡିଶା ସରକାର ଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ଲୋଇସିଂହା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଥିଲା l ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସୁଧାଂଶୁ ସାହୁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବଲାଙ୍ଗୀର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଲ୍ହବ ଧରୁଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡ୍ଡୁ, ଏବିଡ଼ିଓ କିଶୋରଚନ୍ଦ୍ର ମାନସିଂହ, ସାଂସଦ ଙ୍କ ଲୋଇସିଂହା ପ୍ରତିନିଧି ବାଲକୃଷ୍ଣ ଧରୁଆ, ବିଧାୟକ ଙ୍କ ଲୋଇସିଂହା ପ୍ରତିନିଧି ଗୌରାଙ୍ଗ ନାଏକ, ଦୁମଦୁମି ଆଶ୍ରମ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଆନନ୍ଦ ତ୍ରିପାଠୀ ପ୍ରମୁଖ ମଂଚାସୀନ ଥିଲେ l
ଏହି ବ୍ଲକ ସ୍ତରୀୟ ଜାତି କାର୍ଯ୍ୟକ୍ରମ ରେ 21 ଜଣ ବିଶିଷ୍ଟ ବ୍ୟକ୍ତି କୃଷି, କଳା ସଂକୃତି, ଜିବିକା, ସମାଜସେବା, ଦକ୍ଷତାବିକାଶ, ଅନୁସୂଚିତ ଜାତି ଓ ଜନଜାତି ଙ୍କୁ ସମ୍ମାନିତ କରାଗଲା l ଆବାସ ଗୃହ ପାଇଲେ ଦୁଇ ଜଣ, ଭିନ୍ନକ୍ଷମ ଭତ୍ତା 3 ଜଣ, ରାସନ କାର୍ଡ 10 ଜଣ, ଲେବରକାର୍ଡ 3 ଜଣ l ଅନ୍ୟ ମାନଙ୍କ ମଧ୍ୟରେ ମଙ୍ଗଳ ସମ୍ପ୍ରସାରଣ ଲୋଇସିଂହା କାର୍ଯ୍ୟାଳୟ ର ଏ. କେ ସାଗର, ଏସଏଚଜୀ ମହିଳା ଓ ବିଭିନ୍ନ ପଂଚାୟତ ର ପିଇଓ ମାନ ଉପସ୍ଥିତ ଥିଲେ l