-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
19-Jan-2024
କଣ୍ଟାମାଳ, (ଜୟ କୁମାର ମହାରଣା )
ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଲଣ୍ଡାଗାଁ ଠାରେ ଭାଷା, ସାହିତ୍ୟ ସୃଜନଶୀଳତାର ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସଭାରେ ଲଣ୍ଡାଗାଁ ପଞ୍ଚାୟତ ସରପଞ୍ଚ ତୁଳସୀ ଝାଙ୍କର ମୁଖ୍ୟଅତିଥି, ମୋ ସ୍କୁଲ ଅଭିଯାନ ସଭାପତି ଅଭିରାମ ରଣା ମୁଖ୍ୟବକ୍ତା, ସମାଜସେବୀ ଦେବେନ୍ଦ୍ର କୁଦେଇ ସମ୍ମାନିତ ଅତିଥି ଏବଂ ଅନ୍ୟତମ ଅତିଥି ଭାବେ ଶେଷଦେବ ରଣା, ପରିଚାଳନା କମିଟି ସଭାପତି ସଦନନା କୁଦେଇ, ଜିତେନ୍ଦ୍ର କୁଦେଇ ମଞ୍ଚସିନ ଥିଲେ l ସଂଜୀବ କୁମାର ବେହେରା ସଭା ପରିଚାଳନା ଓ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ସାହିତ୍ୟ ସୃଜନୀ କ୍ଲବ, କୌଶଳୀ କ୍ଲବ, ଜିଜ୍ଞାସା କ୍ଲବ, କ୍ରୀଡ଼ାଙ୍ଗନ କ୍ଲବର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉପସ୍ଥାପନା କରାଯାଇଥିଲା l ଏବଂ ବିଭିନ୍ନ ଘର ଦ୍ୱାରା ନାଚ, କବିତା ପାଠ, କ୍ଷୁଦ୍ର ନାଟକ ପରିବେଷଣ, ଗଳ୍ପ କଥନ, ପୁସ୍ତକ ସମୀକ୍ଷା ହୋଇଥିଲା l ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l