-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
ବୋଡ଼େନ (ଡୋଲେସ୍ବର ଵାଗ )
ବୋଡ଼େନ ବ୍ଲକ ବାବେବିର ପଞ୍ଚାୟତ ଅଧିନସ୍ଥ ଖଇର ଭାଡ଼ି ଗ୍ରାମରେ ବିଦ୍ୟୁତ୍
ଅବହେଳା ନିନ୍ଦା ଜନକ ଅଟେ ।ଗ୍ରାମର ଛୋଟ ଠାରୁ ବୃଦ୍ଧା ପର୍ଯ୍ୟନ୍ତ ଗାଁ ପାଖ ପୋଖରୀରେ ଗାଧୋଇବାକୁ ନିର୍ଭର କରିଥାନ୍ତି କିନ୍ତୁ ପୋଖରୀ ହୁଡ଼ା ଉପରେ ବିଦ୍ୟୁତ୍ ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର ଯେଉଁ ଭଳି ଅବସ୍ଥାରେ ଅଛି ଯେ କେତେବେଳେ ପଡ଼ିଯିବ ତାହା କହିହେଉ ନାହି ।ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ନିନ୍ଦା ଜନକ ଅଟେ ।ଖୁଣ୍ଟ ଅଧା ଢଳି ପଡ଼ିଲାଣି ।ଯଦି ଖୁଣ୍ଟ ସମ୍ପୂର୍ଣ୍ଣ ଓଲଟି ଯିବ ଓ ବିଦ୍ୟୁତ୍ ପରିବାହିତ ହେଉଥିବ ଆଉ ତାହା ପୋଖରୀ ଭିତରେ ପଡ଼ିଯିବ ତାହାହେଲେ ଲୋକଙ୍କ ଅବସ୍ଥା କ'ଣ ହେବ ତାହା ସମସ୍ତଙ୍କୁ ଜଣା।ତେଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ତୁରନ୍ତ ପଦକ୍ଷେପ ନେବାକୁ ଗାଁ ଲୋକ ଦାବି କରୁଛନ୍ତି ।ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ମଧ୍ୟ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ କଥାଟି ଘୁରି ବୁଲୁଛି ।