-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
ଡୁଙ୍ଗୁରିପାଲି, ତ୧୬/୦୧ ( ପ୍ରେରଣା ଖବର )-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲ ରେ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସୃଜନଶୀଳତା ଉତ୍ସବ କୁ ସୋନପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଛନ୍ତି । ପରିଚାଳନା କମିଟିର ସଭାପତି ଘାସିରାମ ସାହୁ, ପ୍ରତିଷ୍ଠାତା ସମ୍ପାଦକ ଶାନ୍ତନୁ କୁମାର ପ୍ରଧାନ, ସିଂହିଯୁବା ହାଇସ୍କୁଲ ର ପ୍ରଧାନଶିକ୍ଷକ ଭରତ ସାହୁ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ।
ଛାତ୍ରଛାତ୍ରୀ ମାନେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଲୀ, କ୍ରୀଡ଼ାଙ୍ଗନ ଦଳ କ୍ରମରେ ମୋ କଥା ମୋ କାହାଣୀ ଅନ୍ତର୍ଗତ ପ୍ରକଳ୍ପ, କବିତା ପାଠ, ଗଳ୍ପ କଥନ, ପ୍ରବନ୍ଧ ସମୀକ୍ଷା, ଯୋଗାଭ୍ୟାସ ସମୂହ ପ୍ରଦର୍ଶନ କରିଥିଲେ । ବେଣୁଧର ଚୌଧୁରୀ , ଭୋଲାନାଥ ଛତର, ମୋ ସ୍କଲ ଅଭିଯାନ କମିଟି ର ସଭାପତି ସତ୍ୟ ନାରାୟଣ ପଧାନ, ଭକ୍ତ ଭୋଇ, କୋଶଳୀ କବି ମକରଧ୍ବଜ ମିଶ୍ର, ରକ୍ଷକ ସାଧନକର୍ମି ତପସ୍ଵିନୀ ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଯୋଗ କନ୍ୟା ରଞ୍ଜିତା ଭୋଇ ଯୋଗ ଓ ଜିମ୍ମାସିୟମ ପ୍ରଦଶନ କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀର ଛାତ୍ରୀ ଶିତୁ ସାହୁ ସଂଯୋଜନା କରିଥିଲେ । ସଞ୍ଜୀବ ପୂଜାରୀ, କିରଣ ପୁଟେଲ, ସ୍ନିଗ୍ଧା ପ୍ରଧାନ, ମିନକେତନ ଦାଶ, ବିଭିଷଣ ଖମାରୀ, ସମୀର, ସୁରଜ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।