-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
ବୋଡ଼େନ (ଡୋଲେସ୍ବର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କରଙ୍ଗାମାଲ୍ ଗ୍ରାମର ସାପ୍ତାହିକ ବଜାର ଓ ମୁଖ୍ୟ ରାସ୍ତାରେ ପରିବେଷ୍ଟନି ବିହୀନ
ଟ୍ରାଂଶଫାର୍ମର ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ଥିଲା ତେଣୁ ଗତ ଡିସେମ୍ବର ମାସରେ ଖବର ପ୍ରସାରଣ କରିବା ଦ୍ଵାରା ତିନି ଦିନ ହେଲାଣି ସେହିଠାରେ ଟ୍ରାଂଶ ଫର୍ମରର ଚାରିପଟେ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।ଖବର ପ୍ରସାରଣର ପ୍ରଭାବ ଉକ୍ତ ଗାଁର ସମସ୍ତଙ୍କ ଭାବନା ସହିତ ଯୋଡ଼ି ହୋଇଯାଇଛି ।ଏହି ସ୍ଥାନ ସଦାସର୍ବଦା ଜନଗହଳି ସ୍ଥାନ ଅଟେ ।ଛୁଟି ଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ୮୦୦ ରୁ ୯୦୦ ସ୍କୁଲ ପିଲା ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି । ବର୍ତ୍ତମାନ ପାଚେରୀ ନିର୍ମାଣ କାର୍ଯ୍ୟ ହେଇଥିବାରୁ ଲୋକଙ୍କ ମନରେ ଏବଂ ସ୍କୁଲ ପିଲାଙ୍କ ମନରେ ଟିକିଏ ଖୁସି ଦେଖିବାକୁ ମିଳୁଛି ।ଏମିତି ଅନେକ ଖୋଲା ଟ୍ରାନ୍ସଫର୍ମର ପଡ଼ି ରହିଛି ବ୍ଲକର ବିଭିନ୍ନ ଜାଗାରେ ତେଣୁ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହିତ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି ଜଣାଉଛନ୍ତି ।