-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
ପଦ୍ମପୁର (ପ୍ରେରଣା ଖବର )
ମହୁଲପାଲି ନିବାସୀ ନିରଞ୍ଜନ ସାହୁ ଙ୍କ ଧର୍ମପତ୍ନୀ ଉମା ସାହୁ ଙ୍କ ୬୮ ବର୍ଷ ବୟସରେ ଆଜି ବୁର୍ଲାସ୍ଥିତ ମେଡିକାଲ ଠାରେ ଆଜି ସକାଳ ଘ.୯.୨୫ ମି. ଦେହାନ୍ତ ହୋଇଯାଇଛି ।ମୃତ ଶବକୁ ନିଜ ବାସଭବନରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।ସେ ଜଣେ ସ୍ନେହି ଓ ପରୋପକାରୀ ମହିଳା ଥିଲେ ।ସ୍ଥାନୀୟ ଆମ୍ବତୋଟା ଠାରେ ଶେଷକୃତ୍ୟ ସମ୍ନନ୍ନ କରାଯାଇଥିଲା ।ତାଙ୍କ ଜ୍ୟେଷ୍ଠ ପୁତ୍ର ହିରାଲାଲ ସାହୁ,କନିଷ୍ଠ ପୁତ୍ର ଚନ୍ଦ୍ରକିଶୋର ସାହୁ ଓ ପୁତୁରା ବାବୁଲାଲ ସାହୁ ପ୍ରମୁଖ ମୁଖାଗ୍ନି ଦେଇଥିଲେ ।ସେ ତାଙ୍କ ସ୍ୱାମୀ ନିରଞ୍ଜନ ସାହୁ, ପୁତ୍ରବଧୁ ରଞ୍ଜୁ ସାହୁ ,ଗୀତା ସାହୁ ଝିଅ ଜ୍ୱାଇଁ ଚୁମକିମୟୀ ସାହୁ, ଦୁର୍ବାଦଳ ସାହୁ, ମୀରା ସାହୁ ,ଅଭିନାଶ ସାହୁ,ପୁତୁରା ବଧୁ ଜ୍ୟୋତ୍ସ୍ନା ସାହୁ, ନାତି ନାତୁଣୀ ଙ୍କୁ ଛାଡ଼ି ସବୁଦିନ ପାଇଁ ଇହଧାମ ତ୍ୟାଗ କଲେ ।ଶବାଧାରରେ ଗାଁର ବିରଞ୍ଚି ସାହୁ ,ଜୟଲାଲ ସାହୁ, ନୂଆଧର ସାହୁ,ଟିକେଲାଲ ସାହୁ ,ନୀରୋଜ ଦୋରା, ସୁନୀଲ ବେହେରା, ଓ ଗାଁ ର ମାନ୍ୟଗଣ୍ୟ ଶତାଧିକ ଲୋକ ଉପସ୍ଥିତ ଥିଲେ ।