-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
18-Dec-2023
କଣ୍ଟାମାଳ : କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମଲିକୁଦ ଗ୍ରାମରେ ଶନିବାର ଦିନ ୧୨ଟା ସମୟରେ ଆଞ୍ଚଳିକ କୁମ୍ଭକାର ସଂଘ ପକ୍ଷରୁ କୁମ୍ଭକାର ସମାବେଶ ଅନୁଷ୍ଠିତ ହୋଇଛି l ଆଞ୍ଚଳିକ କୁମ୍ଭକାର ସଂଘ ସଭାପତି ସଦାଶିବ ରଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଂଟାମାଳ ବିଧାୟକ ମହିଧର ରଣା ଯୋଗ ଦେଇଥିଲେ l ବରଗାଁ ଗ୍ରାମ ପଞ୍ଚାୟତ
ଅନ୍ତର୍ଗତ ମାଲିକୁଦ ଗ୍ରାମରେ ଅନୁଷ୍ଠିତ ସମାବେଶ ରେ ଆଞ୍ଚଳିକ କୁମ୍ଭକାର ସଂଘର ଗ୍ରାମ୍ୟ କମିଟି ଗଠନ କରାଯାଇଛି l ଏହି ଅବସରରେ ନାମ ସଂକୀର୍ତ୍ତନ ସକାଶେ ନିକଟସ୍ଥ ତେଲ ନଦୀ ରୁ କଲସ ଶୋଭାଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରିଥିଲା l ଏହି କଳସ ଯାତ୍ରାରେ କଣ୍ଟାମାଳ ବିଧାୟକ ଯୋଗ ଦେଇ ଗ୍ରାମ ପରିକ୍ରମା କରିଥିଲେ l କୁମ୍ଭକାର ସମାବେଶରେ ଆଖପାଖ ଗ୍ରାମର ଶତାଧିକ ସଦସ୍ୟ ସାମିଲ ହୋଇଥିଲେ l
(କଣ୍ଟାମାଳରୁ ଜୟକୁମାର ମହାରଣା ଓ ବୌଦ୍ଧରୁ ଜୟାନନ୍ଦ ମିଶ୍ର ଙ୍କ ରିପୋର୍ଟ)