-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||     

HOME   ଜିଲ୍ଲା

ବୟସର ଅପରାହ୍ନରେ ବି ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନା ସାତସପନ, ୫ କେଜି ଚାଉଳ ଓ ୫ ଶହ ଟଙ୍କା ଭତ୍ତାରେ ଚଳୁଛି ମାଁ ଓ ଝିଅର ଜୀବନ, ଅନ୍ତ୍ୟୋର୍ଦୟ ଯୋଜନା କାହାପାଇଁ ?

18-Dec-2023



ବଙ୍ଗୋମୁଣ୍ଡା(ଅନୀଲ କୁମାର ତ୍ରିପାଠୀ): ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଞ୍ଚାୟତ ଅନ୍ତର୍ଗତ ପୁଟୁପଡା ଗ୍ରାମର ପଦ୍ମିନୀ ବଛା (୭୦)। ତାଙ୍କ ୧ ପୁଅ ଓ ୪ ଝିଅ । ଗୋଟିଏ ମାତ୍ର ପୁଅ ପ୍ରାୟ ୧୨ ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ୩ ଝିଅ ବିବାହ ହୋଇ ନିଜ ନିଜ ପରିବାର ସହ ରହୁଥିବା ବେଳେ ବଡ଼ଝିଅ ମାଧୁରୀ ସ୍ବାମୀ ପରିତ୍ୟକ୍ତ ହୋଇ ନିଜ ମାଁ ସହ ରହୁଛନ୍ତି। ଦୁଇ ମାଁ ଝିଅ ନିଜ ଗାଁରେ ରହୁଥିବା ବେଳେ ତାଙ୍କର ଘର ପୁରୁଣା ହୋଇ ଯାଇଥିବାରୁ ଘର ଭିତରୁ ଚନ୍ଦ୍ର ସୂର୍ଯ୍ୟ ତାରା ଦେଖି ହେଉଥିଲା । ବର୍ଷା ଦିନର କଥା ନ କହିବା ଭଲ । ଠିକ ଏମିତି ସମୟରେ କେହି ଜଣେ ପଞ୍ଚାୟତ କର୍ମଚାରୀ ପଦ୍ମିନୀ ଓ ତାଙ୍କ ଝିଅ ମାଧୁରୀଙ୍କୁ ଆବାସ ଯୋଜନାରେ ତୁମ ଘର ଆସିଛି ବୋଲି କହି ଫଟୋ ଉଠାଇଥିଲେ କିନ୍ତୁ ଏ ଯାବତ ପଦ୍ମିନୀଙ୍କୁ ଘର ମିଲି ନ ପାରିବା ଯୋଗୁଁ ମାଁ ଝିଅ ବହୁ କଷ୍ଟରେ ରହୁଥିବା ଦେଖି ବିବାହ ହୋଇ ସାରିଥିବା ପଦ୍ମିନୀଙ୍କ ତିନି ଝିଅ କିଛି କିଛି ଟଙ୍କା ଯୋଗାଡ କରି ଗୋଟିଏ ପଟର କାନ୍ଥ ନିଜ ନିଜ ଶ୍ରମ ଦାନରେ ତିଆରି କରି ଦେବାରୁ ଏବେ ସେମାନଙ୍କୁ କିଛିଟା ଆସ୍ବସ୍ତି ମିଳିଥିଲେ ହେଁ ବର୍ଷା ଦିନରେ କେମିତି କରିବେ ବୋଲି କହିଛନ୍ତି। ପ୍ରଶ୍ନ ଉଠୁଛି ଯୋଉ ବ୍ଲକରେ ଧନୀ ମାନି ସରକାରୀ ଚାକିରିରୁ ଅବସର ନେଇଥିବା କର୍ମଚାରୀ କିଛି ପରିବାରର ବିଭିନ୍ନ ଲୋକଙ୍କ ନାଁ ରେ ଏକାଧିକ ଆବାସ ଯୋଜନା ଦିଆଯାଇଥିବା ବେଳେ କିପରି ଭାବରେ ଯାହାକୁ ସରକାରୀ ଯୋଜନା ନିହାତି ଦରକାର ସେମାନେ କେମିତି ବାଦ ପଡୁଛନ୍ତି ତାହା ତଦନ୍ତ ସାପେକ୍ଷ । ପଦ୍ମିନୀଙ୍କ  କହିବାନୁଯାୟୀ ସେହି ସମୟରେ ଆବାସ ଯୋଜନାର ଲିଷ୍ଟ ରେ ମଧ୍ୟ ତାଙ୍କ ନାଁ ଥିଲା ତେବେ କାହିଁକି କେଜାଣି ତାଙ୍କୁ ବାଦ ଦିଆ ଯାଇଥିଲା ସେ ଜାଣି ନଥିବା କହିଛନ୍ତି । ଏହାତ ଗଲା ଆବାସ ଯୋଜନାର କଥା ଖାଦ୍ୟ ସୁରକ୍ଷା ଆଇନକୁ ବି ଏଠି ଅଣଦେଖା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଜଣେ ବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ତଥାପି ଏଠି ତାହା କାର୍ଯ୍ୟକାରୀ ହେଲା ଭଲି ମନେ ହେଉନାହିଁ ।କାହିଁକି ନା ପଦ୍ମିନୀଙ୍କୁ  ମାସକୁ ମାତ୍ର ୫ କେଜି ଚାଉଳ ମିଳୁଛି ଯାହାକି ମାସକୁ ୩୦ ଦିନର ଦୁଇ ଓଲି ଦୁଇ ମୁଠା ଭାତ ଖାଇ ପାରିବା ବି ସମ୍ଭବ ମନେ ହେଉନି । ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବାରୁ ସେଥିରୁ କିଛି କିଣାକିଣି କରିଥାନ୍ତି । ଏପଟେ ତାଙ୍କ ଝିଅ ମାଧୁରୀଙ୍କୁ ନା ତ ଭତ୍ତା ମିଳୁଛି ନା ଚାଉଳ l ଝିଅ ମାଧୁରୀ ଦିନ ମଜୁରିଆ ଭାବେ କାମ କରି ଦୁଇ ମାଁ ଝିଅ ବହୁ କଷ୍ଟେମଷ୍ଟେ ଦିନ କାଟୁଥିବା ପଦ୍ମିନୀ କହିଛନ୍ତି l

 ଗୁରୁତ୍ଵପୂର୍ଣ୍ଣ କଥାହେଉଛି ସରକାର ଯେଭଳିଭାବେ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ସେଭଳି ଭାବରେ ପ୍ରଶାସନିକ କଳ ଓ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କ ଭୂମିକା ମଧ୍ୟ ରହିବା ଜରୁରୀ ତଥାପି ଏପରି କେତେ ଯେ ପଦ୍ମିନୀ ବୟସର ଅପରାହ୍ନରେ ପହଞ୍ଚି ଯାଇଥିଲେ ମଧ୍ୟ ଠିକ୍ ଭାବରେ ଯୋଜନା ମାନଙ୍କ ରେ ସାମିଲ୍ ହୋଇ ପାରୁ ନ ଥିବାରୁ ବଞ୍ଚିବା ପାଇଁ କେତେ ଯେ ସଂଘର୍ଷ ଜାରି ରଖିଛନ୍ତି ତାହା ନିଜେ ନ ଦେଖିଲେ ବିଶ୍ଵାସ କରିବା ମୁସ୍କିଲ। ତେଣୁ ପଦ୍ମିନୀ ଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରାଯିବା ସହ ଅନ୍ତ୍ୟୋର୍ଦୟ ଯୋଜନାରେ ସାମିଲ କରାଯିବା ଓ ତାଙ୍କ ଝିଅ ମାଧୁରୀ ଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଲୋକେ ଦାବି କରିଛନ୍ତି। ଏହାକୁ ନେଇ ସିନ୍ଧେକେଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ପୀତବାସ ଜାନୀଙ୍କୁ ପଚାରିବାରୁ ସେ ୨୦୧୯/୨୦ ରେ ସିନ୍ଧେକେଲା ପଞ୍ଚାୟତ ର ପ୍ରାୟ ୧୦୦ ଜଣଙ୍କ ଉପରେ ଆବାସ ଯୋଜନାରେ ନାଁ ଥିଲେ ହେଁ ବିଭିନ୍ନ କାରଣରୁ କଟିଥିଲା। ସେ ମଧ୍ୟରେ ଏ ମାନଙ୍କ ନାଁ ଥାଇପାରେ ତଥାପି ମୁଁ ଯାଇ ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ତାଙ୍କୁ ସରକାରୀ ଯୋଜନା ଅନୁସାରେ ସହାୟତା ଯୋଗାଇ ଦେବା ପାଇଁ ଜଣାଇବି ବୋଲି କହିଥିଲେ। ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କୁ ଏ ବିଷୟରେ ପଚାରିବାରେ ଆପଣଙ୍କ ଠାରୁ ଏବେ ମୁଁ ଜାଣିଛି ଆପଣ ତାଙ୍କ ନାଁ ଗାଁ ଦିଅନ୍ତୁ କଣ କିଛି କରିହେବ ଦେଖୁଛି ବୋଳି କହିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026

You Might Also Like