-+91-9937148622 |
prerana_bgr@rediffmail.com |
Saturday 11th April 2026 |
R.N.I. Regd No. ODIODI/2010/46693
Breaking News
15-Dec-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧୀନ ଆମ୍ବଗାଁ ପଞ୍ଚାୟତ କୁରୁକୁପାର ଉପରପଡ଼ାରେ ମାଘମାସ ଶୁକ୍ଳ ଦଶମୀ ଅର୍ଥାତ ୨୦ଫେବୃୟାରୀ ୨୦୨୪ ତାରିଖରେ ହେବାକୁଥିବା ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ ଗୁରୁବାର ଦିନ ଶୁଭଖମ୍ବ ସ୍ଥାପନ କରାଯାଇଛି। ସକାଳୁ ଉଦଯୋଗୀ ଗ୍ରାମବାସୀ ଆରାଧ୍ୟ ଦେବୀ ମା' ମାଭଳିଙ୍କ ଠାରୁ ଆଜ୍ଞାମାଳ ନେଇ ନିକଟସ୍ଥ ଜଙ୍ଗଲରେ ଶାଳଗଛକୁ ପୂଜାର୍ଚ୍ଚନା ସହିତ ଆହ୍ଵାନ କରି କର୍ତ୍ତାଙ୍କ ଦ୍ଵାରା ଗଛ କର୍ତ୍ତନ ପରେ ଖମ୍ବ ପ୍ରସ୍ତୁତ କରିଥିଲେ।ସେହି ଖମ୍ବକୁ ଅନେକ ଶ୍ରଦ୍ଧାଳୁ ବୋହି ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ୍ୟ, ହରିବୋଲ ହୁଳହୁଳି ଧ୍ୱନୀରେ ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପଣ୍ଡିତ ଯଜ୍ଞ ମିଶ୍ର ପୂଜାର୍ଚ୍ଚନା କରିଥିବା ସ୍ଥଳେ ପୂର୍ଣ୍ଣ ଚନ୍ଦ୍ର ଜାନୀ (ରାଜୁ) ଓ ସପତ୍ନୀ ଶକୁନ୍ତଳା ଜାନୀ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । କୁରୁକୁପାର ସିଦ୍ଧି ବିନାୟକ ସାଂସ୍କୃତିକ ପରିଷଦର ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଜପ ପୁଟେଲ ଓ କୋଷାଧ୍ଯକ୍ଷ ଅନିଲ ରଣା, ଉପଦେଷ୍ଠା ଶେଷ ଦେବବାଘ ଓ ଶିବ ପ୍ରସାଦ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଓ ଶ୍ରଦ୍ଧାଳୁ ସହଯୋଗ କରିଥିଲେ।