-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||     

HOME   ଅପରାଧ

ତୃତୀୟ ଦିନରେ ମଦଭାଟିରେ ଆୟକର ଚଢାଉ... ୧୫୬ ବସ୍ତା ନୋଟରୁ ଗଣାଯାଇଛି ୬ଟି, ୭ମେସିନରେ ଚାଲିଛି ଗଣତି

08-Dec-2023



ବଲାଙ୍ଗୀର/ଟିଟିଲାଗଡ(ଚିତ୍ରସେନ ବେହେରା)-ଆୟକର ଫାଙ୍କି ଅଭିଯୋଗରେ ବୁଧବାର ଦିନଠାରୁ ବଳଦେବ ସାହୁ ଓ କମ୍ପାନୀଙ୍କ ମଦବ୍ୟବସାୟିକ ପ୍ରତିଷ୍ଠାନ ଥିବା ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ରାଉରକେଲା ଓ ଭୁବନେଶ୍ୱରଠାରେ ଚଢାଉ ଚାଲିଛି । ଏପର୍ଯ୍ୟନ୍ତ ୨୫୦ କୋଟି ଟଙ୍କାରୁ ଅଧିକ ଟଙ୍କାର ନଗତ କେସ ଜବତ ହୋଇସାରିଛି । ବଲାଙ୍ଗୀର ମଦଭାଟି ଭିତରେ ଥିବା ରାଜେଶ ସାହୁ ଘରେ ୯ଟି ଟ୍ରଙ୍କରୁ ପ୍ରାୟ ୨୦୦କୋଟି ଟଙ୍କାରୁ ଅଧିକ ନୋଟ ଜବତ ହୋଇଛି । ସେହି ଟଙ୍କାକୁ ବୁଧବାର ରାତିରେ ବଲାଙ୍ଗୀର ଷ୍ଟେଟବ୍ୟାଙ୍କକୁ ନିଆଯାଇ ଗଣତି ଚାଲିଛି । ପ୍ରଥମେ ଦୁଇଦିନ ପର୍ଯ୍ୟନ୍ତ ୬ଟି ଟଙ୍କାଗଣତି ମେସିନରେ ନୋଟଗୁଡିକ ଗଣତି ଚାଲିଥିଲା । ୬ଟି ବସ୍ତାର ନୋଟ ଗଣତି ହୋଇଛି । ଆଜି ଆଉ ଏକ ବଡ ନୋଟଗଣତି ମେସିନ ଅଣାଯାଇ ଟଙ୍କା ଗଣତି ଚାଲିଛି । ନୋଟର ପରିମାଣ ଯାହା ଅଛି ଏହା ପ୍ରାୟ ୮ଦିନ ପର୍ଯ୍ୟନ୍ତ ଗଣତି ଚାଲିବ ଓ ଏହା ଆନୁମାନିକ ୨୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ଆଜି ମଧ୍ୟ ବଲାଙ୍ଗୀର ସୁଦପଡା ଭାଟି, ଟିଟିଲାଗଡର ଦୀପକ ସାହୁ ଓ ସଂଜୟ ସାହୁକ ଘରେ ଖାନ ତଲାସୀ ଚାଲିଛି । ତେବେ ଆୟକର ବିଭାଗ ପକ୍ଷରୁ ଗଣମାଧ୍ୟମକୁ କିଛି ମଧ୍ୟ ସୂଚନା ଦିଆଯାଉନାହିଁ । ତେଣୁ ସବିଶେଷ ତଥ୍ୟ ହାସଲ ହେଉନାହିଁ । ସେପଟେ ବଲାଙ୍ଗୀର ଭଳି ଏକ ଗରିବ ଜିଲ୍ଲାରେ ମଦଭାଟିରୁ ୨୦୦କୋଟି ଜବତ ହେବାପରେ ଏଠାରେ ଅନେକ ଆଲୋଚନା ହେଉଛି । କିଛି ଲୋକ ଏହାକୁ ଟକସଫାଙ୍କି ନୋଟ କହୁଥିବା ବେଳେ ଆଉକିଛି ଲୋକ ଏହାକୁ ଏକ ନିଦ୍ଦିଷ୍ଟ ରାଜନୈତିକ ଦଳର କଳାଟଙ୍କା ବୋଲି କହୁଛନ୍ତି । ଆସନ୍ତା ୨୦୨୪ ନିର୍ବାଚନରେ ଖର୍ଚ୍ଚକରିବାକୁ କୁଆଡେ ରାଜନୈତିକ ଦଳର କଳାଟଙ୍କା ଏଠାରେ ସୁରକ୍ଷିତ ଭାବରେ ରଖାଯାଇଥିଲା । କେନ୍ଦ୍ରର ବିଜେପି ସରକାରଙ୍କ କାନରେ ଏହା ପଡିବାରୁ ଶେଷରେ ଆୟକର ବିଭାଗକୁ ପଠାଇ ଚଢାଉ କରି ଧରିଛନ୍ତି । ନୋଟଗୁଡିକର ସ୍ଥିତି ଦେଖିଲେ ଏହା ନିହାତି ଭାବରେ ବାହାରୁ ଆସିଥିବା ନୋଟଭଳି ଜଣାପଡୁଛି । ବ୍ୟାଙ୍କର ଟ୍ୟାଗଥାଇ ଆଲମିରାରେ ଭର୍ତ୍ତି କରି ରଖାଯାଇଥିଲା । ସୁଦପଡାରେ ପ୍ରଅୟ ୯ଟି ଟ୍ରଙ୍କରେ ନୋଟ ଭର୍ତ୍ତି ହୋଇ ରହିଥିଲା । ବଳଦେବ ସାହୁ ଏଣ୍ଡ କମ୍ପାନୀର ମାଲି ଝାରଖଣ୍ଡର ଜଣେ ପ୍ରଭାବଶାଳୀ ସାଂସଦ ରହିଛନ୍ତି । ସେ କୁଆଡେ ଆସନ୍ତା ୨୦୨୪ ନିର୍ବଚନରେ ପ୍ରଭାବିତ କରିବାକୁ କୁଆଡେ ବିଭିନ୍ନ ସ୍ଥାନରେ କଳାଟଙ୍କା ଜମାକରି ରଖିଥିଲେ ଓ ତାହା ଆଇଟି ସ୍କାନରକୁ ଆସିଥିଲା । କେବଳ ସେତିକି ନୁହେଁ ପ୍ରତ୍ୟେକ ନିର୍ବାଚନ ସମୟରେ ମଦ ସହ ଅର୍ଥ ବଣ୍ଟନ ଭାଟିର କର୍ମଚାରୀମାନେ ମଧ୍ୟ କରିଥାନ୍ତି । ତାଙ୍କ ଜରିଆରେ ହିଁ ଗ୍ରାମାଞ୍ଚଳରେ ଲୋକଙ୍କୁ ଟଙ୍କା ବଣ୍ଟନ କରାଯାଇଥାଏ । ଦେଶୀ ମଦଭାଟି ଚଳାଉଥିବା ଏହି କମ୍ପାନୀ ପାଖରେ ଶହଶହ ସଂଖ୍ୟାରେ ଶ୍ରମିକ ନିୟୋଜିତ ରହିଛନ୍ତି । ସେହିପରି ଓଡିଶାର ପଶ୍ଚିମାଞ୍ଚଳରେ ଲୋକଙ୍କଠାରୁ କମଦରରେ ମହୁଲ କିଣି ସେଥିରୁ ମଦ ପ୍ରସ୍ତୁତ କରି ବର୍ଷକୁ ଅନ୍ୟୁନ ୧୦୦କୋଟି ଟଙ୍କାର ଟିକସ ଫାଙ୍କୁଥିବା ଅଭିଯୋଗ ମଧ୍ୟ ହୁଏ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026
  ଜିଲ୍ଲା  
ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   16-Aug-2026
  ଜିଲ୍ଲା  
ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   16-Aug-2026
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026

You Might Also Like