-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
08-Dec-2023
ବଲାଙ୍ଗିର //ବଲାଙ୍ଗିର ସହର ଠାରୁ ଅନତିଦୂରରେ ଥିବା ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମ ଠାରେ ଆସନ୍ତା ରବିବାର ଠାରୁ ୫୬ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ଆଜି ରାମଜୀ ଯୁବକ ସଂଘର ସଂପାଦକ ଡା. ନାରୟଣ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଚୁଡାନ୍ତ ପ୍ରସ୍ତୁତି ବୈଠକ ହୋଇଥିଲା । ଖେଳାଳୀ ମାନଙ୍କ ରହିବା, ଖାଇବା ଏବଂ ଖେଳିବା ପାଇଁ ସୁବନ୍ଦୋବସ୍ତ ହୋଇଥିବା ଜଣାପଡିଛି । ଫାଓ, ଓଡିଶାର ରେଫରୀ ଏଥିରେ ଖେଳ ପରିଚାଳନା କରିବେ ବୋଲି ଆଲୋଚନା ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ରେ ଓଡିଶାର ୩ଟି ଦଳ ସହ ମଧ୍ୟପ୍ରଦେଶର ଦୁଇଟି ଓ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ତଥା ଛତିଶଗଡର ଗୋଟିଏ ଲେଖାଁଏ ଏପରି ଆଠଟି ଦଳ ଅଂଶ ଗ୍ରହଣ କରିଛନ୍ତି ଏବଂ ଉଦଘାଟନୀ ମ୍ୟାଚ ସଦାଇପାଲି ସାଇଟ୍ ବନାମ ମଧ୍ୟପ୍ରଦେଶର ରକ୍ଡାଇମଣ୍ଡ ବାଲାଘାଟ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ ପଟ୍ଟନାୟକ, ବୃନ୍ଦାବନ ମହାକୁର, ପ୍ରେମାନନ୍ଦ ସାଏ, ପ୍ରତାପ ନାଏକ, ନିସାର କାନ୍ତ ନାଗ, ପ୍ରତାପ କିଶୋର ଯୋଷୀ, ଶାନ୍ତନୁ ମିଶ୍ର, ପ୍ରଫୁଲ୍ଲ ମିଶ୍ର, ଅଶୋକ ମେହେର, ଲୋକନାଥ ସିଂହ, ଇଂ.ସନ୍ତୋଷ କୁମାର ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ ଏବଂ ଶେଷରେ ସୁନିଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।