-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
29-Nov-2023
ତୁଷୁରା,(ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ଗୁଡଭେଳା ବ୍ଲକ ଅନ୍ତର୍ଗତ ସମରା ପଞ୍ଚାୟତ ଅଧିନସ୍ଥ ଲୁର୍କୀ ଗ୍ରାମର ଚୈତନ୍ୟ ମଣ୍ଡପ ପରିସରରେ ୧୪୮ତମ ଧନୁଯାତ୍ରା ମହୋତ୍ସବ ପାଇଁ କମିଟିର ପୂର୍ବତନ ସଭାପତି ସରୋଜ କୁମାର ପ୍ରଧାନଙ୍କ ସଭାପତିତ୍ୱ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁଆରୀ ୧୯ ରୁ୨୫ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋବାକୁ ଥିବା ବେଳେ ନୂତନ କମିଟି ଗଠିତ ହୋଇଯାଇଛି। ସର୍ବସମ୍ମତି କ୍ରମେ ସଭାପତି -ପୁରନ୍ଦର ପ୍ରଧାନ, ବେଳେ ,ଉପସଭାପତି- ବିଶ୍ୱନାଥ ସାହୁ,ସମ୍ପାଦକ- ରାଘବ ପ୍ରଧାନ ସହସମ୍ପାଦକ- ଅଜୁ ପ୍ରଧାନ ଓ କୋଷାଦକ୍ଷ - ଶିବୁ ପ୍ରଧାନ,ଉପଦେଷ୍ଟା ପଞ୍ଚାନନ ନାଏକଙ୍କୁ ଚୟନ କରାଯାଇଥିଲା । କ୍ଷୀରୋଦ୍ର ପ୍ରଧାନ, ମେଘନାଦ ବଘାର,ଟାଙ୍ଗୁରୁ ପ୍ରଧାନ, ଶମ୍ଭୁ ପ୍ରଧାନ,ସନ୍ତୋଷ ସାହୁ, ବୀରେନ୍ଦ୍ର ପ୍ରଧାନ, ବିହାରୀ ପ୍ରଧାନ, ଶ୍ରୀକାନ୍ତ ଚନ୍ଦନ, ତରଣୀ ସେନ ପ୍ରଧାନ, ରମେଶ ମନହିରା, ଆକାଶ ପ୍ରଧାନ, ଦିପକ କୁମାର ପ୍ରଧାନ, ଅଙ୍କିତ ପ୍ରଧାନ, ପଞ୍ଚାନନ ବିଶ୍ୱାଳ, ଆକାଶ ଭୋଇ ସୁବ୍ରତ ପ୍ରଧାନ, ବିଘ୍ନ ପ୍ରଧାନ, ରଞ୍ଜନ ବିଶ୍ୱାଳ ବିଭୁ ଚନ୍ଦନଙ୍କୁ କମିଟିର ସଭ୍ଯ ଭାବେ ଚୟନ କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ବଡ ଆଡମ୍ଭର ସହିତ ମହୋତ୍ସବ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇ ଥିବା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।