-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2023
ବୋଡ଼େନ -( ଡୋଲେସ୍ବର ଵାଗ ) ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ମଣ୍ଡିଠାରେ ଚଳିତ ବର୍ଷ ୨୦୨୩-/୨୪ ବର୍ଷର ଖରିଫ ଋତୁ ପାଇଁ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଏଠାରେ ମୁଖ୍ୟ ଅତିଥିଭାବରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଯୋଗଦାନ କରି ବୋଡ଼େନ ଧାନମଣ୍ଡିର ଶୁଭ ଉଦଘାଟନ କରିଛନ୍ତି । ଆୟୋଜିତ ମଣ୍ଡି ଉଦଘାଟନୀ ସଭାରେ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ସମେତ ବୋଡ଼େନ କୃଷି ସମବାୟ ସମିତି ସଭାପତି ବିପିନ ଧରୁଆ , ସେକ୍ରେଟାରୀ ପ୍ରଜେଶ୍ ହଂସ , ପୂର୍ବତନ ସେକ୍ରେଟାରୀ ପ୍ରଜାପତି ବାଗ ,ଆଇନଜୀବୀ ଯୋଗେନ୍ଦ୍ର ନାଥ ମାଝୀ , କୃଷକ ନେତା ରିଖି କାଣ୍ଡ , ଇନ୍ଦ୍ରମଣି ମାଝୀ , ହେମଧର ମାଝୀ, ନିରଞ୍ଜନ ଧରୁଆ , ଦିବାକର ମାଝି ,ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନର ସଭାପତି ବିଶିକେଶନ ପଣ୍ଡା , ମିଲର୍ଶ ,ଆର୍ ଏମ ସି ଷ୍ଟାଫ୍ ତଥା ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ଥିଲେ । ପରେ ସମସ୍ତଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା ।ଉକ୍ତ ସଭାରେ ଗତ ବର୍ଷ ଅପେକ୍ଷା ଏବର୍ଷ ଅଞ୍ଚଳର ଚାଷୀ ମାନଙ୍କ ହିତକୁ ଆଖିଆଗରେ ରଖି ଗନି ବ୍ୟାଗ , କଟନି ଛଟନି ,ପାଣି ବ୍ୟବସ୍ଥା ,ସି ସି କ୍ୟାମେରା ,ମଣ୍ଡିରୁ ଧାନ ଚୋରି ତଥା ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଅନୁଷ୍ଠୀତ ସଭାରେ ବିଶଦ ଭାବରେ ଆଲୋଚନା କରି ତା'ର ସମାଧାନର ବ୍ୟବସ୍ଥା ଖୋଜାଯାଇଥିଲା । ପୁଣି ମିଲର୍ସ ମନଇଚ୍ଛା କଟନି ଛଟନି ଓ ମନ ଇଚ୍ଛା କାମକଲେ ଜିଲ୍ଲା ପ୍ରଶାସନକୁ ଜଣାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଧ୍ୟ ମତାମତ ରଖାଯାଇଥିଲା ।