-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Nov-2023
ବୋଡ଼େନ(ଡୋଲେସ୍ବର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କରଂଗାମାଲ ପଞ୍ଚାୟତ କାର୍ଯ୍ୟାଳୟରେ ଗାଁ କୁ ପ୍ରଶାସନ କାର୍ଯ୍ୟକ୍ରମ ସହାୟକ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ତହସିଲଦାର ସରିତା ଗୁପ୍ତା ,ଡବ୍ଲୁ ଇ ଓ କ୍ଷଣପ୍ରଭା ପାଣିଗ୍ରାହୀ,ଜି ପି ଇ ଓ ପ୍ରଫୁଲ୍ଲ କୁମାର ନାଏକ, ସି ଡି ପି ଓ ଶାନ୍ତା ବାରିକ, ଜଳ ଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ସାମଲ ବାବୁ,ବି ଏସ ଏସ ଓ ହିତେଶ ଆଡବାହି, ଆବାସ ଯୋଜନା ଅଧିକାରିଣୀ କାନ୍ତି ମାଝୀ,ସି ଆର୍ ସି ସି ଜିତେନ୍ଦ୍ର ହଂସ,ଖାଉଟି ଅଧିକାରୀ ସୁଧୀର ପୋଡ଼,ପଞ୍ଚାୟତ ନିର୍ବାହୀ ଅଧିକାରୀ ପବିତ୍ର ମିର୍ଦ୍ଧା, ଏ ପି ଓ ରବିନାରାୟଣ ରାଉତ ,ଉଦ୍ୟାନ ବିଭାଗ ଅଧିକାରୀ ଘାସିରାମ ପଣ୍ଡା ,ଜି ଆର୍ ଏସ ପୁଣ୍ଡରି ସୁନାନି ,ଜି ଆର୍ ଏସ ବଦ୍ରି ନାରାୟଣ ପ୍ରଧାନ ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ ।ସମୁଦାୟ ୫୮ ଟି ଅଭିଯୋଗ ଆସିଥିବା ବେଳେ ସେଗୁଡିକ ଥିଲା - ଘର ପାଇଁ,ଭତ୍ତା ପାଇଁ,ଖାଉଟି କାର୍ଡ ପାଇଁ,ଏମ ଜି ଏନ୍ ଆର ଇ ଜି ଏ ସମସ୍ୟା ଓ ଅନ୍ୟାନ୍ୟ ।