-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Nov-2023
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡ଼ବାଇ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗାଙ୍ଗନାପୁର ଗ୍ରାମର ଆଧ୍ୟାତ୍ମିକ କବି ଶ୍ରୀ ଚିତ୍ରସେନ ମହାରଣାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କାର ପ୍ରଦାନ କରାଯିବ |
ଗଞ୍ଜାମ ଜିଲ୍ଲାର ବହୁତ୍ ସାହିତ୍ୟ ଅନୁଷ୍ଠାନରେ ଚିତ୍ରସେନ ସମ୍ମାନିତ ହୋଇଛନ୍ତି, ସେ ଏକାଧାରରେ ଆଧ୍ୟାତ୍ମିକ କବି, ସେ ଚତୁର୍ଥ ଶ୍ରେଣୀରୁ କବିତା ଲେଖିବା ଆରମ୍ଭ କରିଥିଲେ କିନ୍ତୁ ତାହା ଲୋକ ଲୋଚନ କୁ ଆସି ନଥିଲା, ୨୦୨୦ ମସିହା ରେ ତାଙ୍କର ଗୋଟିଏ ଭଜନ ଲୋକ ଲୋଚନ କୁ ଆସିଥିଲା - ଜୟ ମାଆ ରୁଦ୍ରକାଳୀ, ଏହି କବିତାରୁ ସେ ଲୋକ ଲୋଚନ କୁ ଆସିଥିଲେ, ଚିତ୍ରସେନ ଙ୍କୁ ୨୮/୦୮/୨୦୨୩ ତାରିଖ ଦିନ ଆଧ୍ୟାତ୍ମିକ କବି ଉପାଧି ମିଳିଛି, ସେ ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ସେ ବହୁତ୍ ପାଠ ପଢ଼ି ନାହାନ୍ତି ମାତ୍ର ଦଶମ ଶ୍ରେଣୀ ପଢ଼ି ରହି ଯାଇଛନ୍ତି । ତାଙ୍କର ପ୍ରତେକ କବିତା, ଗଳ୍ପ, ପ୍ରବନ୍ଧ ରେ ଲେଖିବା ଶୈଳୀ ଅଲଗା କେବଳ ଆଧ୍ୟାତ୍ମିକ ହିଁ ଲେଖନ୍ତି , ଚିତ୍ରସେନ ଲେଖିଥିବା ବିଶ୍ଵକର୍ମା ବନ୍ଦନା ଟି ଷଷ୍ଠ ଶ୍ରେଣୀ ର ସାହିତ୍ୟ ବହିରେ ପ୍ରକାଶିତ ହେବ | ଆସନ୍ତା ଡ଼ିସେମ୍ବର ୧୩ ତାରିଖ ଦିନ ଚିତ୍ରସେନ ଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କାର ପ୍ରଦାନ କରାଯିବ |