-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
30-Oct-2023
ଦୀର୍ଘ ୫୧ ବର୍ଷ ରେ ପଦାର୍ପଣ କରିଛି ବଲାଙ୍ଗୀର ସହରର ସର୍ବପୁରାତନ ନାଲଖଣ୍ଡି ଗଜଲକ୍ଷ୍ମୀ ପୂଜା। ମାଁଙ୍କ ଆଶୀର୍ବାଦ ରୁ ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ଯ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଝଲମଲ ଲିଚୁଲାଇଟ୍ ଓ ଆକର୍ଷଣୀୟ ମେଢ ସହ ମାଆଙ୍କ ପୂଜା ଅର୍ଚ୍ଚନା ଚାଲିଛି। ପୂଜା କମିଟିର ସଭାପତି ଗଜାନନ ଗଡୁଆ , ସମ୍ପାଦକ ପ୍ରହ୍ଲାଦ ପଟ୍ଟନାୟକ, ସହ ସମ୍ପାଦକ ହରି ବାଗ, କୋଷାଧ୍ୟକ୍ଷ ଗଙ୍ଗାଧର ମଳ୍ଳିକ, ସହ କୋଷାଧ୍ୟକ୍ଷ ବିଶ୍ବଜିତ ନାଏକ,ରହିଥିବା ବେଲେ କର୍ତ୍ତା ଭାବରେ ଲବଣି ନାୟକ ଓ ଜାହ୍ନବୀ ନାୟକ ତଥା ପୂଜକ ନୀରାଜନଂ ମହାପାତ୍ର ରହି ମାଆଙ୍କୁ ନୀତି ରିବାଜରେ ପୂଜା କାର୍ଯ କରୁଛନ୍ତି। କମିଟିର ଅନ୍ଯାନ୍ଯ ସଦସ୍ଯ ବଣ୍ଟି, ଲକ୍ଷ୍ମୀ, ସନ୍ଏଷ, ପଞ୍ଚା, ବିକି, ଶୋଭା, ରାମ,ଗୁଡୁ, ସମେତ ସମୀର ଓ ବାବୁ ପୂଜାରୀ ସହଯୋଗ କରିଥିଲେ।