-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
30-Oct-2023
ବେଲପଡ଼ା(ପୁର୍ଣ୍ଣ ଶଶୀ ଶେଖର ରାଓ ଙ୍କ ରିପୋର୍ଟ ): ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଉପାଧ୍ୟକ୍ଷ ଯୁବନେତା ଦୁର୍ଯ୍ୟୋଧନ କୁମ୍ଭାର ଜଣକୁ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରକ୍ଷା କରିଥିବାରୁ ସେ ବେଶ୍ ପ୍ରଶଂସା ଲାଭ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଚାରି ବର୍ଷ ତଳେ ବେଲପଡା ବ୍ଳକ ବେହେରାମୁଣ୍ଡା ପଞ୍ଚାୟତ ଦର୍ହମୁଣ୍ଡା ଗାଁ ର କାହ୍ନୁ ହଂସ (୬୦)
ପିତା.ବେଡା ହଂସ ରାତିରେ ପରିସ୍ରା କରିବା ପାଇଁ ବାହାରକୁ ଯାଇଥିବା ବେଳେ ଏକ ବାଇକ୍ ଧକ୍କା ଦେଇଥିଲା। ଫଳରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ସେ ବିକଲାଙ୍ଗ ହୋଇ ଦିନ କାଟୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବେଲପଡା ବ୍ଳକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ବେହେରାମୁଣ୍ଡା ପଞ୍ଚାୟତ ରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ତାଙ୍କ ଘରକୁ ଭୋଟ ଭିକ୍ଷା କରି ଯାଇଥିଲେ। ସେହି ସମୟରେ ତାଙ୍କ ଅବସ୍ଥା ଦେଖି ପ୍ରତିଶ୍ରୁତି ଦେଇଥିଲେ।ବିଜୟ ଲାଭ କଲା ପରେ ତାଙ୍କୁ ବିକଳାଙ୍ଗ ଭତ୍ତା
କରାଇ ଦେଇଥିବା ବେଳେ ଆଜି ତାଙ୍କୁ ଏକ ହ୍ବିଲ ଚେୟାର ପ୍ରଦାନ କରିଛନ୍ତି। ହ୍ବିଲ ଚେୟାର ପ୍ରଦାନ ସମୟରେ ବିଡ଼ିଓ ରାଜେଶ ମେହେର, ସାମାଜିକ ସୁରକ୍ଷା ଅଧିକାରୀ ଅଭିଜିତ ସେଠ,ସୁରଜ୍ ପଟେଲ,ଅସିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାହ୍ନୁ ଘରକୁ ଯିବା ପାଇଁ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର କିଛି ଆର୍ଥିକ ସାହାଯ୍ୟ କରିଥିବା ଯୋଗୁଁ ସେ ଖୁସି ହୋଇ ଧନ୍ୟବାଦ ଅର୍ପଣ କରିଥିଲେ।