-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Oct-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ଭୂତିଆପାଲି ଗ୍ରାମର ଭଗବତୀ ବାରିକ (୬୭) । ବାପ ଓ ମା ଛେଉଣ୍ଡ ଜଣେ ଅସହାୟା ମହିଳା । ସେ ଜଣେ ଅନ୍ଧ ଓ ଅବିବାହିତ ମଧ୍ୟ । ମହିଳା ଆଗରୁ ବିପିଏଲ ଚାଉଳ ପାଉଥିଲେ । ତେବେ ଅନ୍ଧ ହେତୁ ବହୁତ ଥର ଚେଷ୍ଟା କରି ମଧ୍ୟ ତାଙ୍କର ଆଧାର କାର୍ଡ ହୋଇପାରି ନାହିଁ । ତେଣୁ ତାଙ୍କୁ ପଞ୍ଚାୟତରୁ ମିଳୁଥିବା ୫ କିଲୋ ଲେଖାଏଁ ବିପିଏଲ ଚାଉଳ ଆଉ ମିଳୁନାହିଁ । ତାଙ୍କର ୫ ଭଉଣୀ ଓ ଦୁଇ ଭାଇ ଅଛନ୍ତି । ମିଳୁଥିବା ମାସିକ ୫୦୦ ଟଙ୍କାର ଭତ୍ତା ହିଁ ତାଙ୍କର ଭରସା । ସେ ଅନ୍ୟ କୌଣସି ସୁବିଧା ସୁଯୋଗ ପାଉ ନାହାଁନ୍ତି । ଅନ୍ତତଃ ପକ୍ଷେ କଟିଯାଇଥିବା ଚାଉଳ ତାଙ୍କୁ ପ୍ରଦାନ କରାଯିବାକୁ ସେ ଗୁହାରି କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।