-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
29-Oct-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ): ପ୍ରଥମେ ଗୈ।ରୀଙ୍କୁ ଆବାହନ ପରେ ପରେ ଆଜି ଘଣ୍ଟଘଣ୍ଟା ଢୋଲନିଶାଣ ର ତାଳେତାଳେ ଏକ ବିରାଟ ପଟୁଆରରେ ଢେରାପଡାକୁ ଶିବଙ୍କର ଆଗମନ ହୋଇଛି। ଏଥିପାଇଁ ଆଜି ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଢେରାପଡାର ଶତାଧିକ ମହିଳାଓ ପୁରୁଷମିଶି ଦୁର୍ଗାମଣ୍ଡପ ନିକଟସ୍ଥ ସ୍ଵର୍ଗତ ଗୋଲେଖ ନାଥ ସାହୁ ଙ୍କ ବାସଭବନ ରୁ ଦେବଦେବ ମହାଦେବଙ୍କୁ ଆବାହନ କରି ତାଙ୍କୁ ଜଣେ ବିବାହିତ ମହିଳା ଜୟଶ୍ରୀ ପାତ୍ର ମୁଣ୍ଡରେ ଧାରଣ କରି ଆଣିଥିଲେ। ପରେ ରାସ୍ତା ରେ ବିଭିନ୍ନ ଦ୍ଵାରରେ ହରଙ୍କୁ ପୂଜା ସ଼ ଢେରାପଡା ସ୍ଥିତ ପୂଜା ମଣ୍ଡପ ଙ୍କୁ ଆଣି ଗୈ।ରୀ ଙ୍କ ପାର୍ଶ୍ଵରେ ସ୍ଥାପନା କରିଥିଲେ। କାଲିଠାରୁ ହରଗୈ।ରୀ ଙ୍କୁ ସାତଦିନ ବ୍ୟାପି ଷୋଡଶ ଉପଚାର ରେ ପୂଜା ଓ ରୁଦ୍ରାଭିଷେକ କରାଯିବ ବୋଲି କମିଟି କର୍ମକର୍ତ୍ତା ଙ୍କ ସୁତ୍ର ରୁ ପ୍ରକାଶ।