-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
29-Oct-2023
ବଲାଙ୍ଗିର ଦିନ ଅବସରରେ ତହଁକ୍ ସାହିତ୍ୟ କୁଟୁମ ତରଫରୁ ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ କବି ବଳିଷ୍ଠ ପ୍ରଧାନ ସଭାପତିତ୍ବ କରିଥିବା ବେଲେ କବି ଗୋପାଳଚନ୍ଦ୍ର ମେହେର, ସମାଜସେବୀ ବିନୋଦ କାଲସାଏ ଅତିଥି ଭାବେ ଯୋଗ ଦେଇଥିଲେ , , ସମ୍ପାଦକ ରାଜେଶ୍ ଦଣ୍ଡସେନା , ମୂଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ମଞ୍ଚାସିନ ରହି ବଲାଂଗିର ର ଭାଷା କୋଶଳୀ ଭାଷାକୁ ସ୍ଵତନ୍ତ୍ର ଭାଷାର ମାନ୍ୟତା ଦିଆଯିବା ସାଙ୍ଗେ କୋଶଳୀ ଗବେଷଣା କେନ୍ଦ୍ର ବଲାଙ୍ଗୀରରେ ପ୍ରତିଷ୍ଠା କରାଯାଉ ବୋଲି ମତବ୍ୟକ୍ତ କରିଥିଲେ। ସଭା କାର୍ଯକ୍ରମ କୁ ସବିତା ମହରା ପରିଚାଳନା କରିଥିଲେ ଏଥିରେ ବଲାଂଗିର ଓ ସୋନପୁର ଜିଲ୍ଲା ର ବହୁ କବି ଯୋଗଦେଇ ତାଙ୍କର ସ୍ବରଚିତ କବିତା ପଠନ କରିଥିଲେ କବିତା ଆସର କୁ ପୁଷ୍ପାଞ୍ଜଳି ମେହେର ସଂଯୋଜନା କରିଥିଲେ ପ୍ରାରମ୍ଭିକ ସଙ୍ଗୀତ ପ୍ରିୟା ପରମିତା ମିଶ୍ର କରିଥିବାବେଳେ ଶେଷରେ କବି ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । କବି ସନ୍ଦୀପ କୁଅଁର , ତପସ୍ଵିନୀ ପଶାୟତ, ଜ୍ୟୋତିରାଣୀ ମିଶ୍ର, ଦେବେନ୍ଦ୍ର ନାଏକ୍, ମୈତ୍ରୀ ସାହୁ, କସ୍ତୁରୀ ରଥ, ମାନସୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।