-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
27-Oct-2023
କଣ୍ଟାବାଞ୍ଜି(ଆନନ୍ଦ ମୋଟେ ): ବଲାଙ୍ଗୀର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ କମିଟିର ଅଧ୍ୟକ୍ଷ ଚଞ୍ଚଳ ରାଣା, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡିଙ୍କ ଉପସ୍ଥିତିରେ ସର୍ବ ପ୍ରଥମେ ରକ୍ଷକ ବିରଂଚି ନାରାୟଣ ଦାଶଙ୍କୁ ଗୁଡ ସମରିଟାନ ସମ୍ମାନ ବାବଦକୁ ପ୍ରମାଣପତ୍ର ଓ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା।ପ୍ରକାଶ ଥାଉକି ଶ୍ରୀ ଦାଶ ତୁରେକେଲା ବ୍ଳକରେ ଗଣଶିକ୍ଷା ବିଭାଗର ସଂଯୋଜକ ଭାବରେ କାର୍ଯ୍ୟ କରିବା ସହିତ ଜୁନିଅର ରେଡକ୍ରସ ପରାମର୍ଶଦାତା, ରକ୍ଷକ,ରକ୍ତ ପରାମର୍ଶ ଦାତା, ରକ୍ତଦାନ, ସମାଜସେବା ଭଳି କାର୍ଯ୍ୟକରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି।ତୁରେକେଲା ବ୍ଳକର ଜଙ୍ଗଲ ଅଧ୍ୟୁଷିତ ଅଂଚଳରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମାନଙ୍କ ପାଇଁ ଦେବଦୂତ ସାଜି ବିଭିନ୍ନ ସମୟରେ ଅନେକ ଦୁର୍ଲ୍ଲଭ ଜୀବନ ବଂଚେଇବାରେ ସଫଳ ହୋଇଛନ୍ତି।ଶ୍ରୀ ଦାଶଙ୍କୁ ସମ୍ମାନ ମିଳିଥିବାରୁ ବୁଦ୍ଧିଜୀବୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।