-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
26-Oct-2023
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ଆଜି କଦମ୍ ପଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଦିନ ୧୧ ଟା ସମୟରେ ବିଶ୍ବହିନ୍ଦୁ ପରିଷଦ ପ୍ରଚାର ବିଭାଗ ଓଡିଶା (ପଶ୍ଚିମ) ଜିଲ୍ଲା-ବଲାଙ୍ଗୀର ତରଫରୁ ଏକ ସମ୍ବାଦ ଲିଖନ କର୍ମଶାଳା ଆୟୋଜନ କରାଯାଇଥିଲା। ଯୁକ୍ତ ୩, ଯୁକ୍ତ ୨ ଓ ବ୍ୟବସାୟୀ ମିଶି ୧୫ ଜଣ ଭାଈଭଉଣୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରଶିକ୍ଷକ ଭାବରେ ଆଖିଳ ଚନ୍ଦ୍ର ହୋତା ଡି. ଜି. ଏମ ପ୍ରମେୟ ଯୋଗଦେଇ ସହଭାଗୀ ମାନଙ୍କୁ ସାମ୍ବାଦିକର ଗୁଣ, କାର୍ଯ୍ୟ, ସାମ୍ବାଦିକତା କରିବା କିପରି ଓ ସଙ୍ଗଠନରେ ଏହାର ଆବ୍ୟକତା ଏ ସବୁ ବିଷୟରେ ଶିଖାଇଥିଲେ। ଗୋବିନ୍ଦ ମିଶ୍ର (ଜିଲ୍ଲା ସଭାପତି,ବିଶ୍ବହିନ୍ଦୁ ପରିଷଦ), ପ୍ରହଲ୍ଲାଦ ସାହୁ (ଜିଲ୍ଲା ସମ୍ପାଦକ,ବିଶ୍ବହିନ୍ଦୁ ପରିଷଦ), ପବିତ୍ର ଦାଶ (ପ୍ରନ୍ତ ପ୍ରଚାର ପ୍ରମୁଖ, ବିଶ୍ବହିନ୍ଦୁ ପରିଷଦ ଓଡିଶା (ପଶ୍ଚିମ ), ସୌମ୍ୟ ରଞ୍ଜନ ମିଶ୍ର ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ବଜରଙ୍ଗ ଦଳ ଓଡିଶା (ପଶ୍ଚିମ ), ପ୍ରକାଶ ତରିଆ ବଲାଙ୍ଗୀର ନଗର କାର୍ଯ୍ୟବାହ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ସୌମ୍ୟ ରଞ୍ଜନ ମିଶ୍ର ବଲାଙ୍ଗୀର ନଗର ଶାରିରୀକ ପ୍ରମୁଖ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।