-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
26-Oct-2023
ଡୁଙ୍ଗୁରିପାଲି, ତା.୨୬/୧୦, (ପ୍ରେରଣା ଖବର) - ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସର୍ଗୁଲ ଗ୍ରାମରେ ବିଜୟା ଦଶମୀ ମହୋତ୍ସବ ଅବସରରେ ରେଡ କ୍ରସ କର୍ମୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ହୋଇଥିବା ରାବଣ ଦରବାର କାର୍ଯ୍ୟକ୍ରମରେ ଯୁବପ୍ରତିଭା ପ୍ରଫୁଲ୍ଲ ବାରିକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ରଞ୍ଜନ କୁମାର ଠେଲା, ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ପୁରନ୍ଦର ସାହୁ, ସମାଜସେବୀ ଗୋବିନ୍ଦ ବାରିକ, ସାମ୍ବାଦିକ ସଂଘ ସଭାପତି ବିପ୍ର ଚରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।
ସ୍ଥାନୀୟ ମାୟାବର୍ହା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡ କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଙ୍କୁ ଶିକ୍ଷାଦାନ ସହିତ ସମାଜ ପ୍ରତି ଥିବା ଅଙ୍ଗୀକାର ବଦ୍ଧତା ଯୋଗୁଁ ଉକ୍ତ ଦରବାରରେ 'ଚନ୍ଦ୍ରଭାନୁ ସାହୁ ସ୍ମୃତି ସମ୍ମାନ' ରେ ସମ୍ବର୍ଦ୍ଧିତ କରାଯଇଥିଲା।
ପ୍ରକାଶ ଥାଉକି ଶ୍ରୀପଶାୟତ ଦୀର୍ଘ ଦୁଇ ଦଶନ୍ଧୀ ରୁ ଉର୍ଦ୍ଧ୍ବ ହେବ ଶିକ୍ଷକତା ସହିତ ମାନବବାଦ ଅନୁଷ୍ଠାନ ରେଡ କ୍ରସ ତରଫରୁ ସମାଜ ସେବା ପ୍ରଦାନ କରିଆସୁଛନ୍ତି। ଗ୍ରାମର ଯୁବ ଶିକ୍ଷକ ତଥା ରେଡକ୍ରସ କର୍ମୀ ଚନ୍ଦ୍ରମଣି ବାଘ ମଞ୍ଚ ପରିଚାଳନା କରିଥିଲେ ।