-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
25-Oct-2023
ନବରଙ୍ଗପୁର :(ମିହିର ଶଙ୍କର ପାତ୍ର)
ଡାବୁଗାଁ ଦଶହରା ରାତିରେ ଅନୁଷ୍ଟିତ ହୋଇଥିଲା ରାବଣ ପୋଡ଼ି। ଏହି କାର୍ଯ୍ୟକ୍ରମ ଦେଖିବାକୁ ଡାବୁଗାଁ ବ୍ଲକ, ଝରିଗାଁ ବ୍ଲକ ଏବଂ ପାପଡାହାଣ୍ଡି ବ୍ଲକ ରୁ ଦଶ ହଜାର ରୁ ଉର୍ଦ୍ଧ୍ବ ଲୋକ ଆସିଥିଲେ। ଏହି ଅବସରରେ ଡାବୁଗାଁ ପୂଜା କମିଟି ସଭାପତି ଜି ଗୋପାଳ କୃଷ୍ଣ ରାଓ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ବିଜେପି ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ସରକାରୀ ଓକିଲ ଜୟନ୍ତ କୁମାର ପାତ୍ର, କୈଳାସ ବିଷୟୀ, ଜଗନ୍ନାଥ ବିଷୟୀ, ସତ୍ୟ ରାଓ, ଡାବୁଗାଁ ପ୍ରେସ କ୍ଲବ ସଂପାଦକ ମିହିର ଶଙ୍କର ପାତ୍ର,ସତ୍ୟ ରଞ୍ଜନ ପାତ୍ର, ସୂର୍ଯ୍ୟ ସୁବୁଦ୍ଧି, ସଞ୍ଜୟ ଶତପଥୀ, ଜି ଜଗନ୍ନାଥ ରାଓ,ଶିବ ପ୍ରସାଦ ମିଶ୍ର, ଶିବ ପ୍ରସାଦ ରାଓ, ବାବି ଜେନା, ଭୀମ ସେନ ଜେନା, ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।