-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
25-Oct-2023
ବଲାଙ୍ଗିର- ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଲେଖକ ପ୍ରଶନ୍ନ କୁମାର ମିଶ୍ରଙ୍କ ଲିଖିତ ଏଇତ ଜୀବନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ମର୍ଯ୍ୟଦାରେ ଡ. ଗୋପବନ୍ଧୁ ରଥ, ତଥା ସମ୍ମାନିତ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଏବଂ ସଂପାଦକ ଗୋବିନ୍ଦ ମିଶ୍ର ମଂଚାସିନ ଥିଲେ । ପାରସ କୁମାର ଓ ଆଦର୍ଶ କୁମାର ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ପ୍ରଥମେ ଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ଅତିଥି ଗଣ ପୁଷ୍ପମାଲ୍ୟ ଅର୍ପଣ କଲାପରେ ଏଇତ ଜୀବନ ପୁସ୍ତକ ଉନ୍ମୋଚନ କରିଥିଲେ । ଲେଖକ ପୁସ୍ତକର ଆଭିମୁଖ୍ୟ ଜଣାଇଥିଲେ । ଜାତୀୟ ସ୍ତରର ଲେଖକ ଡ. ଶ୍ରୀକାନ୍ତ ପାଣିଗ୍ରାହୀ ପୁସ୍ତକ ସମିକ୍ଷା କରିଥିଲେ । କୃଷ୍ଣଚନ୍ଦ୍ର ମହାକୁର ନିଜସ୍ୱ ମତାମତ ଦେଇଥିଲେ । ଅତିଥିଗଣ ତଥ୍ୟପୂର୍ଣ୍ଣ ପ୍ରଦାନ ସହ ଜୀବନ ସଂଗ୍ରାମ, ମୃତ୍ୟୁ ପୂର୍ବର ଜୀବନ ଓ ମୃତ୍ୟୁ ପରେ ଜୀବନ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମ କୁ ବିଶିଷ୍ଟ ଲେଖିକା କସ୍ତୁରୀ ରଥ ସଂଯୋଜନା କରିଥିଲେ । ସଭାରେ ସତ୍ୟବନ୍ତ ବେଦବାକ, ପ୍ରଭାକର ମିଶ୍ର, ମନୋରଂଜନ ସାହୁ, ପ୍ରଫେସର ତରୁଣ କୁମାର ମିଶ୍ର, ମଦନ ମୋହନ ରଥ, ଡା. ଅଶୋକ କୁମାର ସେଠି, ଦିବାକର ହୋତା, ଭକ୍ତବନ୍ଧୁ ଯୋଷୀ, ଜୀବନ କୁମାର ତ୍ରିପାଠି, ପୁରୁଷୋତ୍ତମ ପଣ୍ଡା, ନିମାଇଁ ଚରଣ ମେହେର, ପୂର୍ଣ୍ଣଚନ୍ଦ୍ର ଦାଶ, ହରେକୃଷ୍ଣ ପଟେଲ, ଗରୁଡଧ୍ୱଜ ସାଏ ଉପସ୍ଥିତ ଥିଲେ । ସଂପାଦକ ଗୋବିନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।