-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
12-Oct-2023
ବଲାଙ୍ଗୀର/ବରଗଡ଼(ପ୍ରେରଣା ଖବର ବ୍ୟୁରୋ): ଖୁଦ ଚାଉଳ କମିସନି ଏଜେଣ୍ଟ ସୁନିଲ ଅଗ୍ରୱାଲ ନିଖୋଜ ମାମଲା କୁ ୧୫ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି। ଗତ ୨୫.୯.୨୩ ରେ ସୁନିଲ ଘରୁ ଖାଇ ସାରି ଅପରାହ୍ନ ୨ ଟା ସମୟରେ ପ୍ରତିଦିନ ଭଳି ଖୁଦ ଚାଉଳ ସଂଗ୍ରହ ପାଇଁ ତାଙ୍କ ସ୍କୁଟି ରେ ବାହାରି ପଡ଼ିଲେ। ସେହିଦିନ ସନ୍ଧ୍ୟା ୫.୩୦ ରେ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଙ୍କୁ ଫୋନ୍ କରି ଅଧ ଘଣ୍ଟା ଭିତରେ ଘାରକୁ ଆସୁଛି ଏବଂ ଘର ପାଇଁ କଣ ଆଣିବେ କି ବୋଲି ପଚାରିଥିଲେ।ନିର୍ଦ୍ଧାରିତ ସମୟ ମଧ୍ୟରେ ଘରକୁ ନ ଫେରିବା ରୁ ଜ୍ୟୋତ୍ସ୍ନା ସୁନିଲ କୁ ଫୋନ୍ କରିଥିଲେ।ହେଲେ ସୁନିଲ ଙ୍କ ମୋବାଇଲ ସ୍ୱିଚ୍ ଅଫ ଥିଲା।ସନ୍ଧ୍ୟା ସମୟ ଯାଇ ରାତ୍ରି ହେବାକୁ ଲାଗିଲା।ସୁନିଲ ଙ୍କ କୌଣସି ପତ୍ତା ନ ମିଳିବାରୁ ଆଖ ପାଖ ଅଞ୍ଚଳ ଖୋଜା ଖୋଜି ପରେ ନିରାଶ ହୋଇ ବରଗଡ଼ ପୋଲିସ ର ଆଶ୍ରୟ ନେଲେ।ବରଗଡ଼ ପୋଲିସ ର କଥା ରେ ଅସନ୍ତୁଷ୍ଟ ହୋଇ କଣ୍ଟାବାଞ୍ଜି ପୋଲିସ ର ଆଶ୍ରୟ ନେଲେ।କୌଣସି ସୂତ୍ରରୁ ତାଙ୍କ ସ୍ଵାମୀଙ୍କ ନିଖୋଜ ସମ୍ପର୍କରେ ନ ଜାଣିବାରୁ ସନ୍ଦେହ କରୁଥିବା କଣ୍ଟାବାଞ୍ଜି ନିବାସୀ ହିତେଶ ଜୈନ ଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ପାଇଁ ଦୃଢ ସଂକଳ୍ପ ନେଇଛନ୍ତି।ପ୍ରକାଶ ଥାଉ କି ଜ୍ୟୋତ୍ସ୍ନା ପୋଲିସକୁ ଦେଇଥିବା ଅଭିଯୋଗ ରେ ସନ୍ଦେହ କରି ହିତେଶ ଜୈନଙ୍କ ନାମ ଉଲ୍ଲେଖ କରିଛନ୍ତି।ତେବେ ଜ୍ୟୋତ୍ସ୍ନା ନିଖୋଜ ସ୍ଵାମୀଙ୍କୁ ଫେରି ପାଇବା ପାଇଁ ତାଙ୍କର ପଦକ୍ଷେପ ତାଙ୍କୁ କେତେଦୂର ସହାୟକ ହେବ ।ପୋଲିସ ଲିଖିତ ଅଭିଯୋଗ ପାଇବାର ଅନେକ ସମୟ ବିତି ଯାଇଥିଲେ ମଧ୍ୟ ନିଖୋଜ ସୁନିଲ ର ପତ୍ତା ପାଇନାହିଁ।ତେବେ ପୋଲିସ ର ତଦନ୍ତ ଦିଗହରା ହେବ ନି ତ?