-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
12-Oct-2023
ଲୋଇସିଂହା, (ପ୍ରେରଣା ଖବର) ବୁଢ଼ୀପଦର ମୌଜା ଅନ୍ତର୍ଗତ ରୁଗୁଡ଼ିଖାଲ ଠାରେ ଥିବା ରାମମନ୍ଦିର ସଂଲଗ୍ନ ସର୍ବ ସାଧାରଣ କଂକ୍ରିଟ ଅବରୋଧ କରିଥିବା ବଜାର ରାସ୍ତାକୁ ଜବରଦଖଲ ରୁ ମୁକ୍ତ କରାଯାଇଛି l ପ୍ରକାଶ ଥାଉକି ବୁରୋଭାଡି ର ଜୀବର୍ଧନ ପାଇକ ଆଜକୁ ୨ ବର୍ଷ ହେବ ଉକ୍ତ ସରକାରୀ ରାସ୍ତା କୁ ମୋ ଜମି କହି ଘରବାଡ଼ ଦେଇ ରାସ୍ତା ଅବରୋଧ କରିଥିଲେ l ରୁଗୁଡ଼ିଖାଲ ମାନସ ଯଜ୍ଞ କମିଟି, ସରପଞ୍ଚ ବୁଢ଼ୀପଦର ଓ ନିକଟସ୍ଥ ଜନସାଧାରଣ ଲୋଇସିଂହା ତହସିଲଦାର, ଉପ ଜିଲ୍ଲପାଳ ବଲାଙ୍ଗୀର, ଜିଲ୍ଲପାଳ ବଲାଙ୍ଗୀର, ଆରଡିସି ସମ୍ବଲପୁର ଙ୍କୁ ବାରମ୍ବାର ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ଜବରଦଖଲ ରେ ଥିବା ରାସ୍ତା କୁ ମୁକ୍ତ କରାଯାଇ ପାରୁନଥିଲା l ବିଳମ୍ବରେ ହେଲେ ସୁଦ୍ଧା ଲୋଇସିଂହା ପୋଲିସ, ଲୋଇସିଂହା ତହସିଲ ଷ୍ଟାଫ ଓ ଜନସାଧାରଣ ଙ୍କ ସହଯୋଗରେ ଜମି ଚିନ୍ହଟ କରି ସରକାରୀ ଜମିଥିବା ରାସ୍ତା କୁ ମୁକ୍ତ କରାଯାଇଛି l ରାସ୍ତା ଜବରଦଖଲ ହଟିବା ପରେ ଆଖପାଖ ଅଂଚଳ ର ଜନସାଧାରଣ ଙ୍କ ମନରେ ଖୁସି ର ବାତାବରଣ ଦେଖାଦେଇଛି l