-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Sep-2023
ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ଆୟୋଜିତ ନୁଆଖାଇ ଭେଟଘାଟ ଅବସରରେ ପରମ୍ପରା ଅନୁଯାୟୀ ଜୁହାର ଭେଟ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ସୈନିକ ସୁରଜ ନାଏକ, ଆଲୋକ ସେଠ, ଗଗନ ବିଶ୍ୱାଲ, ଆର୍ତ୍ତ ନାଗ, ଦିପକ ସାହୁ, ବିକାଶ କ୍ଷେତି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥି ସହ ନାଚ ପ୍ରତିଯୋଗିତା,
ଛିଲୋଲାଇ, ମାଠିଆ ଫଟା, ମ୍ୟୁଜିକ ଚେୟାର, ସଂଗୀତ ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରୀୟା ବରିହା, ନିଶାରାଣୀ ସାହୁ, ଶିତଲ, ଶ୍ରାବଣ, ଅଞ୍ଜଳି, ଜାଗୃତି, ବର୍ଷା, ଖୁସି, ମନୋରଂଜନ , ଅଂଶୁମାନ ପ୍ରମୁଖ ପ୍ରତିଯୋଗି ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କବିରାଜ ବିପିନ ବିହାରୀ ତ୍ରିପାଠି, ସୁଧିର ନାଏକ, କାଲିଆ ମହଲା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଗଣେଶପୂଜା କମିଟି ଓ ସିଦ୍ଧାଶ୍ରମ ସେବା
ପ୍ରତିଷ୍ଠାନ ର ସଭ୍ୟ ସଂଜୟ ନାଏକ, ଗଦନ ସାହୁ, ପ୍ରବୀଣ ବରିହା, ଦିନେଶ, ରିଙ୍କୁ, ବିଜୟ, ପିଙ୍କୁ, କାଳିଆ ନାହାକ, ଗିରିଧାରୀ, କାହ୍ନୁଚରଣ ମିଶ୍ର, ସୁଚିସ୍ମିତା ମିଶ୍ର, ରଂଜିତ, ଧିରେନ୍ଦ୍ର ବିଶ୍ୱାଲ, ଧିରେନ୍ ମିଶ୍ର, ଗୋପାଳ ନାଗ, କୁମୁଦ ସାହୁ, ଧୋବା ମହଲା, ଦିଲୀପ ସାହୁ, ଅରବିନ୍ଦ ମିଶ୍ର, ଆଦି ନିଆଲ, ଘାସିରାମ ଭୋଇ, ବିଶ୍ୱରାଜ ସାଏ, ବିକାଶ ନାଏକ ପ୍ରମୁଖ ସହଯୋଗ କରିଥିଲେ ।