-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Sep-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସମିତି ସଭ୍ୟ ସଂଘ ଗଠିତ ହୋଇଯାଇଛି। ଲକ୍ଷ୍ମୀନାରାୟଣ ପୁରୋହିତ ସଭାପତି ଏବଂ ବିନୋବାନନ୍ଦ ପଧାନ ସଂପାଦକ ମନୋନିତ ହୋଇଛନ୍ତି । ଶନିବାର ବ୍ଲକ ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ବ୍ଲକର ସମସ୍ତ ୧୫ ଗୋଟି ପଂଚାୟତର ସମିତି ସଭ୍ୟମାନେ ଯୋଗଦେଇଥିଲେ । ବୈଠକରେ ସର୍ବସମ୍ମତିକ୍ରମରେ ଲକ୍ଷ୍ମୀନାରାୟଣ ପୁରୋହିତଙ୍କୁ ସଭାପତି,ରୀତା ଗର୍ଡିଆ ଉପସଭାପତି,ବିନୋବାନନ୍ଦ ପଧାନ ସଂପାଦକ,ଇତିଶ୍ରୀ ପଧାନ ସହ ସଂପାଦକ,ସୈନ୍ଦୁ ସାହୁ କୋଷାଧ୍ୟକ୍ଷ ଏବଂ ବବିତା ବାଘଙ୍କୁ ସହ କୋଷାଧ୍ୟକ୍ଷ ଭାବେ ମନୋନିତ କରାଯାଇଛି । ଆଗମୀ ଦିନରେ ସମିତି ସଭ୍ୟଙ୍କ ସାଂଗଠାନିକ କାର୍ଯ୍ୟ ଏହି କମିଟୀ ତୁଲାଇବା ନେଇ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସୂଚନା ଦେଇଛନ୍ତି ।