-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Sep-2023
ବଲାଙ୍ଗୀର : ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗୀର ଜିଲ୍ଲାର ସଇଁନ୍ତଳା ବ୍ଲକରେ ଡେଙ୍ଗ ପଞ୍ଚୟତ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ସୁରକ୍ଷା ଓ ଆଧିକର ବିଷୟରେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ କୃପାସିନ୍ଧୁ ମିଶ୍ର ଓ ଡେଙ୍ଗ ହାଇସ୍କୁଲର ଶିକ୍ଷୟିତ୍ରୀ ରେଣୁକା ସାହୁ ଯୋଗଦେଇଥିଲେ । ଜାଣିଲେ ଭୂମିକା ସଭିଏଁ ନିଜର ସୁନିଶ୍ଚିତ ହେବ ଶିଶୁ ଅଧିକାର । ବଞ୍ଚିବାର ଅଧିକାର, ବିକାଶ ଅଧିକାର, ସୁରକ୍ଷା ଅଧିକାର, ସହଭାଗୀତା ଅଧିକାର ଆଦି ବିଷୟରେ ଅତିଥିଗଣ ମତପ୍ରକାଶ ରଖିଥିଲେ । ପରେ ଛତ୍ରଛାତ୍ରୀମାନଙ୍କୁ ୧୦୯୮ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ପ୍ରଭାକର ଛନ୍ଦ, ଚନ୍ଦ୍ର ଶେଖର ସେଠ, ଗୋପେଶ ପଣ୍ଡା, ସତ୍ୟବ୍ରତ ବେହେରା , ଶିକ୍ଷକ ଲିଙ୍ଗରାଜ ନନ୍ଦ ତଥା ଗାମବାସୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶିଶୁ ଓ ମହିଳା ବିକାଶ ସୋସାଇଟି ସଭ୍ୟ ବନମାଳୀ ମେହେର, ପରିଚାଳନା କରିଥିଲା ବେଳେ ସଭ୍ୟ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।